31.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶଦିଲ୍ଲୀ ପାଲାମରେ ଭୟାବହ ଅଗ୍ନିକାଣ୍ଡ: ୯ ମୃତ

ଦିଲ୍ଲୀ ପାଲାମରେ ଭୟାବହ ଅଗ୍ନିକାଣ୍ଡ: ୯ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ପାଲାମ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ ବିଲ୍ଡିଂରେ ନିଆଁ ଲାଗିବା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣାପଡିଛି ଏହା ବ୍ୟତୀତ ଏହି ଅଗ୍ନିକାଣ୍ଡରେ ଅନ୍ୟ କିଛି ଜଣ ଗୁରୁତର ଭାବେ ଜଳି ଯାଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ୍ତ   କରିବା ପାଇଁ ଦମକଳର ୩୦ ଗାଡି ନିୟୋଜିତ କରାଯାଇଥିଲା । ସୂଚନା ଅନୁସାରେ ବିଲ୍ଡିଂରେ ପ୍ରାୟ ୨୨ ଲୋକଙ୍କ ପରିବାର ରହୁଥିଲୋ ସେମାନଙ୍କ ମଧ୍ୟରୁ ୧୦ରୁ ୧୨ ଜଣ ଗୋଆ ବୁଲିବାକୁ ଯାଇଥିବା ବେଳେ ଅନ୍ୟମାନେ ବିଲ୍ଡିଂରେ ରହିଥିଲେ । ସେପଟେ ମଧ୍ୟପ୍ରଦେଶର ଇନ୍ଦୋରରେ ମଧ୍ୟ ଭୟଙ୍କର ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାଟି ସର୍ଟ ସର୍କିଟ ଯୋଗୁଁ ଘଟିଥିବା ଜଣାପଡିଛି । ଘର ବାହାରେ ଏକ ଇଲେକ୍ଟ୍ରିକ୍ କାର ଚାର୍ଜ ହେଉଥିଲା, ଯାହା ଫଳରେ ସର୍ଟ ସର୍କିଟ ହୋଇ ତିନି ମହଲା ଘରଟି ସମ୍ପୂର୍ଣ୍ଣ ଜଳିଗଲା। ଘଟଣାସ୍ଥଳରେ ୧୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା, ଅନ୍ୟ ସାତ ଜଣଙ୍କ ମୃତ ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking