32.5 C
Bhubaneswar
Monday, June 29, 2026
Homeଓଡିଶାଅଫିସ ଭିତରେ ପଶି ଆର୍‌ଆଇଙ୍କୁ ମାଡ଼ ମାରିଲେ ଯୁବକ

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ମାଡ଼ ମାରିଲେ ଯୁବକ

ଭଦ୍ରକ: ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼।  ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧିନସ୍ଥ ସାରଣା ନିରୀକ୍ଷକ କାର୍ଯ୍ୟାଳୟରେ। ଆର୍‌ଆଇ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସର୍ବେଶ୍ୱର ଦାସଙ୍କ ପୁଅ ସୁବାସ ଦାସ  ନାମକ ଜଣେ ଯୁବକ ଆର୍‌ଆଇ ଅଫିସକୁ ଯାଇ କିଛି ବେଆଇନ କାର୍ଯ୍ୟ କରିବା ପାଇଁ କହିଥିଲେ। କିନ୍ତୁ ଆର୍‌ଆଇ ଜେନା ତାଙ୍କୁ ମନା କରି ଦେବାରୁ ସୁବାସ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଆର୍‌ଆଇଙ୍କ ଦେହ ଅସୁସ୍ଥ ହେବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନ୍ୟାୟ ପାଇଁ ଆର୍‌ଆଇ ଚାନ୍ଦବାଲି ଥାନାରେ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ କହିଛନ୍ତି ଏଭଳି କାଣ୍ଡ ଘଟାଇ ଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking