ଭୁବନେଶ୍ୱର: ଆଜି ରାଜ୍ୟସଭା ନିର୍ବାଚନ । ଜଣେ ପରେ ଜଣେ ଭୋଟ ଦେଉଛନ୍ତି ବିଧାୟକ । ଏହାରି ଭିତରେ ବିଜେଡିରୁ ନିଲମ୍ବିତ ସନାତନ ମହାକୁଡ ଭୋଟ ଦେଇ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟର ସ୍ୱାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ ଦେଇଛି । ମୁଁ ବିଜେଡି ପଛରେ ଗୋଡାଇବିନି ପୂର୍ବରୁ କହିଥିଲି । ପୂର୍ବରୁ କହିଥିଲି, ମୋ ସହ ଯୋଗାଯୋଗ ହୋଇନାହିଁ । ବିଧାନସଭାରେ ମୋ ସ୍ଥାନ ପରିବର୍ତ୍ତନ କରି ଦିଆଗଲା । ଏବଂ ସସପେଣ୍ଡ ପରେ ଦଳୀୟ ହ୍ୱିପ କଣ ? କେଉଁ ଲ ରେ ଏ ପ୍ରଶ୍ନ ଅଛି । ତେବେ ଏଥିରୁ ସଫା ଜଣାପଡୁଛି ରାଜ୍ୟସଭା ଭୋଟ ସନାତନ ମହାକୁଡଙ୍କ କେଉଁ ଆଡେ ଯାଉଛି ।










