ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଥିଲା। ଏହି ଅବସରରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଆଜିର ଦିନ ଆମ୍ଭ ମାନଙ୍କ ପାଇଁ ସଂକଳ୍ପ ନେବାର ଦିନ। କଂଗ୍ରେସ ଦଳ ପିଡୀତା, ନିଷ୍ପେସିତ, ଦୁଷ୍କର୍ମ ପିଡିତା, ଅତ୍ୟାଚାରୀତା ଓ ଅବହେଳିତା ମହିଳାମାନଙ୍କର ଅଧିକାର ପାଇଁ ଦିବାନିଶି ସଂଗ୍ରାମ କରୁଛି। ବିଜେପି ସରକାର ମହିଳାଙ୍କୁ ସୁରକ୍ଷିତ ରଖିବେ ଓ ସ୍ୱାବଲମ୍ବି କରିବେ ବୋଲି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଲେ। କିନ୍ତୁ କ୍ଷମତା ହାସଲ ପରେ ସେ ପ୍ରତିଶ୍ରୁତି କୁଆଡେ ଭୁଲି ଗଲେ। ଆଜି ଦିନକୁ ୧୫ ଜଣ ମହିଳା ଦୁଷ୍କମରେ ଶିକାର ହେଉଛନ୍ତି। ଓଡ଼ିଶାରୁ ୬୦ ହଜାର ମହିଳା ଓ ଶିଶୁ ନାପତା ହୋଇଥିବା ସ୍ଥଳେ ସେମାନଙ୍କୁ ଖୋଜି ଆଣିବା ପାଇଁ ସରକାରଙ୍କର ପ୍ରୟାସ ନାହିଁ। ଓଡ଼ିଶାର ବିଧାନସଭାରେ କଂଗ୍ରେସ ବିଧାୟକମାନେ ଓଡ଼ିଶାର ମହିଳାମାନଙ୍କର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବାରୁ ସେମାନଙ୍କୁ ବିଧାନସଭାରେ ଦୁର୍ବ୍ୟବହାର କରିବା ସହ ଗୃହ ଭିତରେ ପ୍ରବେଶ କରିବାର ଅଧିକାର ଛଡାଇ ନିଆଯାଇଥିଲା। ମହିଳାଙ୍କ ଅଧିକାର ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଯେଉଁ ବିଶାଳ ରାଲି କରାଗଲା, ସେଥିରେ ୫ ହଜାର କଂଗ୍ରେସ କର୍ମୀଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରାଗଲା। ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିଲେ କଂଗ୍ରେସ କର୍ମୀଙ୍କୁ ଲୋୟର ପି.ଏମ.ଜି.ରେ ପାଣି ମାଡ, ଠେଙ୍ଗାମାଡ କରି ଲହୁ ଲୁହାର କଲେ। କଂଗ୍ରେସ ଦଳ ମାଲ୍କାନାଗିରିରୁ ମୟୁରଜଭଞ୍ଜ ପର୍ଯ୍ୟନ୍ତ ମହିଳା ମାନଙ୍କର ସ୍ୱର ହୋଇ ଠିଆହୋଇଛି। ସର କାର ଆମ ଉପେରେ ଯେତେ ଆକ୍ରମଣ କରିଲେ ବି ଆମେ ମହିଳାଙ୍କ ଅଧିକାର ପାଇଁ ଲଢ଼ବୁ। ଓଡ଼ିଶାର କଂଗ୍ରେସ ଦଳ ମହିଳାମାନଙ୍କର ବେସାଲିସ୍ ସ୍ୱର।
ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଏହି କାର୍ଯ୍ୟମରେ ରାଣୀ ଲକ୍ଷ୍ମୀବାଇ, ସାବିତ୍ରୀ ବାଇ ପୁଲେ, କୃ ୁରବା ଗାନ୍ଧି, ସରୋଜିନୀ ନାଇଡୁ, କ୍ୟାପଟେନ୍ ଲକ୍ଷ୍ମୀ ସେହେଗଲ, ଅରୁଣା ଆଶଫ ଅଲ୍ଲି, ମାଳତୀ ଚୌଧୁରୀ ଓ ନନ୍ଦିନୀ ଶତପଥିଙ୍କର ଅତୁଳନୀୟ ଅବଦାନ ସଂପର୍କରେ ଅବତାରଣା କରିଥିଲେ। ମହିଳା କଂଗ୍ରେସ ସେଭାନେତ୍ରୀ ମିନାକ୍ଷି ବାହିନିପତୀ କହିଥିଲେ ଯେ, ଓଡ଼ିଶାର ବିଜେପି ସରକାର ମହିଳାମାନଙ୍କୁ ନ୍ୟାୟ ଦେବା ଅସମର୍ଥ । ମହିଳା କଂଗ୍ରେସ ଅତ୍ୟାଚାରିତା ମହିଳାମାନଙ୍କର ନ୍ୟାୟ ପାଇଁ ରାଜରାସ୍ତାରେ ଆନ୍ଦୋଦଳନ କରୁଛି। ଫକୀର ମୋହନ ମହାବିଦ୍ୟାଳୟ ଦୀବଙ୍ଗିତା ପିଡିତା ଠାରୁ ଗୋପାଳପୁର ସମୁଦ୍ର ବେଳା ଭୂମିର ପୀଡିତା ପର୍ଯ୍ୟନ୍ତ କେବେ ନ୍ୟାୟ ପାଇବେ ବୋଲି ପ୍ରଶ୍ନର କରିଛନ୍ତି?ଆଜିର ବିଶ୍ୱରେ ଇପିଷ୍ଟିନ୍ ଫାଇଲର ଖୋଲାସା ପରେ ନାରୀ ଆଜିର ଦୁନିଆରେ ଏକ ଭୋଗ୍ୟ ବସ୍ତୁ ବୋଲି ବିଚାର କରାଯାଉଛି। କାରଣ ବହୌୁତ ପ୍ରତିଷ୍ଠିତ ବ୍ୟକ୍ତି ନାରୀର ରକ୍ତ ଓ ଯୌନ ଶୋଷଣ କରିବା ପାଇଁ ବିକଳ। ଆମ ଦେଶର କେନ୍ଦ୍ର ମନ୍ତ୍ରୀ ମଧ୍ୟରୁ ବାଦ ଦିଆଯାଇଥନାହିଁ। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ ଏବଂ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ଅଳକା ଲମ୍ବା ଦେଶରେ ନାରୀ ଅଧିକାର ପାଇଁ ଅବିଶ୍ରାନ୍ତ ଲଢ଼େଇ କରୁଛନ୍ତି।
ଏହି କାର୍ଯ୍ୟକ୍ରମରେ ଫକୀର ମୋହନ ସେନାପତିଙ୍କର ଦାୟଦ ଅର୍ଥନୀତିର ପ୍ରଫେସର ମୋନିକା ଦାସ, ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପି କୁମ୍କୁମ୍ ମହାନ୍ତି, ସାମ୍ବାଦିକା ମିନତୀ ସିଂହ, ପାଇଲଟ ରେଖା ଅଗ୍ରୱାଲ, ଇଣ୍ଡରପ୍ରିନର ସୁପ୍ରିୟା ମହାନ୍ତି, କବୟତ୍ରୀ ଶାନ୍ତିଲତା ଦେବୀ ଓ ପାଲାଗାୟିକା ମୀନାରାଣୀ ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାଲା ପରିବେଶଣ କରାଯାଇଥିଲା। କେକ୍ ମଧ୍ୟ କଟାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କଂଗ୍ରେସ ଭବନ ଠାରୁ ରାଜମହଲ ଛକ ପର୍ଯ୍ୟନ୍ତ “ମାର୍ଚ୍ଚ ଫର ଜଷ୍ଟିସ୍ ” ରାଲି ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମକୁ ଜୟଶ୍ରୀ ପାତ୍ର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମ ସାହୁ ପୂର୍ବତନ ବିଧାୟିକା, ପୂର୍ବତନ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତି ସଶ୍ମିତା ବେହେରା ଓ ପୂର୍ବତନ ବିଧାୟିକ ସିପ୍ରା ମଲିକ ଅତିଥି ଭାବରେ ଅଂଶ ଗ୍ରହଣ କରିଥିଲେ। ପ୍ରଦେଶ ମହିଳା କଂଗ୍ରେସର କର୍ମକର୍ତ୍ତାମାନେ ଏହି କାର୍ଯ୍ୟ୍ରମରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।










