ପାକିସ୍ତାନ: ଯୁଦ୍ଧ ଘୋଷଣା କଲା ପାକିସ୍ତାନ । ଆଫଗାନିସ୍ତାନ ବିରୋଧରେ ପାକିସ୍ତାନର ଯୁଦ୍ଧ ଘୋଷଣା । ଖୋଲା ଯୁଦ୍ଧ ଘୋଷଣା କଲେ ପାକ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ । ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ ଉପରେ ପାକିସ୍ତାନର ବୋମାମାଡ । ଅପରେସନ ଗଜବ ଲିକ ହକ ଆରମ୍ଭ କଲା ପାକିସ୍ତାନ । କାବୁଲ, ପାକତିଆ, କାନ୍ଦାହାରରେତାଲିବାନ ଟାର୍ଟେକୁ ଆକ୍ରମଣ କରାଯାଇଛି । ପାକିସ୍ତାନ ଆକ୍ରମଣକୁ ସ୍ୱୀକାର କରିଛି ଆଫଗାନିସ୍ତାନ । ତେବେ କୌଣସି ବଡ କ୍ଷତି ହୋଇନଥିବା କହିଛି । ୮ ସୈନ୍ୟଙ୍କ ମୃତ୍ୟୁ ସହ କିଛି ନାଗରିକ ଆହତ ହୋଇଥିବା କହିଛି । ପାକିସ୍ତାନର ଏହି ଆକ୍ରମଣରେ ୫୮ ଜଣ ତାଲିବାନ ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଛନ୍ତି ।ଏହାସହ ୧୨ଟି ଆଫଗାନ ପୋଷ୍ଟ ନଷ୍ଟ ହୋଇଥିବା ପାକିସ୍ତାନ ଦାବି କରିଛି । ଗୁରୁବାର ଡୁରାଣ୍ଡ ଲାଇନରେ ତାଲିବାନ ଯୋଦ୍ଧା ମାନେ ପାକିସ୍ତାନ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ଆଫଗାନିସ୍ତାନର ୧୯ଟି ପାକିସ୍ତାନୀ ପୋଷ୍ଟ ନଷ୍ଟ ହୋଇଥିବ ତାଲିବାନ ଦାବି କରିଛି । ଏହାସହ ୫୫ ଜଣ ପାକ୍ ସୈନିକଙ୍କ ମୃତ୍ୟୁ ହୋଇଥିବା ଓ କିଛି ସୈନିକଙ୍କୁ ବନ୍ଦୀ କରାଯାଇଥିବା ତାଲିବାନ ପକ୍ଷରୁ କୁହାଯାଇଛି । ଦୁଇ ଦେଶ ମଧ୍ୟରେ ଏବେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ରବିବାର ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର ୨ଟି ପ୍ରଦେଶରେ ବିମାନ ଯୋଗେ ଆକ୍ରମଣ କରାଯାଇଥିଲା ।ପାକିସ୍ତାନର ଦାବି ଯେ, ଆତଙ୍କୀ ଶିବିର ଉପରେ ଏହି ଆକ୍ରମଣ କରାଯାଇଥିଲା । ହେଲେ ଆଫଗାନ ସରକାର ଏହାକୁ ନିଜ ଦେଶର ସାର୍ବଭୌମତ୍ବ ଉପରେ ଆକ୍ରମଣ ଦର୍ଶାଇବା ସହ ଏହାର କଡ଼ା ଜବାବ ଦିଆଯିବ ବୋଲି କହିଥିଲେ । ଏବେ ଉଭୟ ଦେଶ ପକ୍ଷରୁ ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ ହୋଇଯାଇଛି ।










