33.1 C
Bhubaneswar
Monday, February 23, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଆଜି ଷଷ୍ଠ ଦିନ । ଗୃହରେ ମାତ୍ର ୬ ମିନିଟ ଚାଲିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ପ୍ରଶ୍ନୋତ୍ତର କାଳ ଆରମ୍ଭରୁ ବିରୋଧୀ ହୋହଲ୍ଲା କରିଥିଲେ । ଚାଲିପାରିଲାନି ପ୍ରଶ୍ନକାଳ । ବିଜେଡି ଓ କଂଗ୍ରସ ବିଧାୟକ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି କରିଥିଲେ । ବିଜେଡି ବିଧାୟକ ଚାଷୀ ପ୍ରସଙ୍ଗ, ମଣ୍ଡି ଅବ୍ୟବସ୍ଥା, କଟନୀ ଛଟନୀ ଏସବୁ ପ୍ରସଙ୍ଗକୁ ଭିତ୍ତି କରି ନାରାବାଜି କରିଥିବା ବେଳେ ଏପଷ୍ଟିନ ଫାଇଲ୍ସ ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଇସ୍ପଫା ଦାବି କରିଛି କଂଗ୍ରେସ । ଏଥିସହିତ ବିରୋଧୀ ହାତରେ ପ୍ଲାକାର୍ଡ, ପୋଷ୍ଟର ଧରି ହୋହଲ୍ଲା କରିବା ସହ ହଟ୍ଟଗୋଳ କରିଥିଲେ । ଗୃହକୁ ଚଳାଇଦେଇ ନଥିଲେ । ଏଣୁ ବାଚସ୍ପତି ସୁରମା ପାଢୀ ବିରୋଧୀଙ୍କୁ ନିଜ ସ୍ଥାନକୁ ଯିବାକୁ ଅନୁରୋଧ କରିଥିଲେ ହେଁ ସେମାନେ ନ ଯାଇ ପ୍ରତିବାଦ ଜାରି ରଖିଥିଲେ ।   ଏନେଇ ବାଚସ୍ପତି ସୁରମା ପାଢୀ ବିରୋଧୀଙ୍କ ବିଶୃଙ୍ଖଳା କାରଣରୁ ୧୧.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ସୂଚନାଥାଉକି ବିଧାନସଭା ବଜେଟ ଅଧିବେଶନର ଆଜିକୁ ୬ ଦିନ ହେଲାଣି ତଥାପି ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ । ତେବେ ଲୋକଙ୍କ ସମସ୍ୟାର ସମାଧାନ ହେବ କିପରି ତାହା ଏବେ ବଡ ପ୍ରଶ୍ନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking