32.8 C
Bhubaneswar
Wednesday, June 17, 2026
Homeଓଡିଶାଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଲା ବୋଲେରୋ

ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଲା ବୋଲେରୋ

ଯାଜପୁର: ଯାଜପୁରରୋଡ଼ ନହକାଗୋଲେଇରୁ ଦଳାଛକ ଆଡ଼କୁ ଯାଉଥିବା ଏକ ବୋଲେରୋ ଶୁକ୍ରବାର ବିଳମ୍ବିତ ରାତିରେ ରେଲୱେ ଓଭରବ୍ରିଜ ଉପରେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଇଛି । ଫଳରେ ସୁରକ୍ଷା ବାଡ଼ ଭାଙ୍ଗି ବୋଲେରୋଟି ରେଳ ଧାରଣା ଉପରେ ଝୁଲି ରହିଛି। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଯାଜପୁର ରୋଡ଼ ପୁଲିସ ପହଂଚି ବୋଲେରୋ ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି । ଡ୍ରାଇଭରଙ୍କ ବ୍ୟତୀତ ଗାଡ଼ିରେ ଆଉ କେହି ନଥିଲେ। ତେବେ ବୋଲେରୋଟି ରେଳ ଧାରଣା ଉପରେ ଝୁଲି ରହିଥିବାରୁ କୋରେଇ ପଟୁ ଆସୁଥିବା ଏକ ଟ୍ରେନକୁ ଅଟକା ଯାଇଛି। ପୁଲିସ କ୍ରେନ ସାହାଯ୍ୟରେ ବୋଲେରୋଟିକୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଆଇଆଇସି ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking