ପୁରୀ: ପୁରୀ ଜିଲ୍ଲା ଦୟା ଓ ଭାର୍ଗବୀ ନଦୀର ଚିଲିକା ସଙ୍ଗମ ସ୍ଥଳ ରେ ଥିବା ନଳବଣରେ ଅଗ୍ନିକାଣ୍ଡ ଆୟତ୍ତ । ଆଜିକୁ ୬ ଦିନ ଧରି ନିଆଁ ଲାଗି ରହିଥିଲା । କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହୀନି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିଲେ । କଣାସର ୬ଟି ଓ ଟାଙ୍ଗୀର ୮ଜଣିଆ ଟିମ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ । ନଳବଣ ଭିତରେ ଥିବା ବିଦେଶାଗତ ପକ୍ଷୀଙ୍କ ଜୀବନ ବିପଦରେ ଥିବା କୁହାଯାଉଛି । ପକ୍ଷୀ ଶିକାର ପାଇଁ ଦୁର୍ବୃତ୍ତ ମାନେ ଏଭଳି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଚିଲିକା ମଝିରେ ଥିବା ୨ କିଲୋମିଟର ବିଶିଷ୍ଟ ଏହି ନଳବଣ ମଧ୍ୟରେ ଅନେକ ପକ୍ଷୀ ଜୀବଜନ୍ତୁ ବାସ କରନ୍ତି ।










