କଟକ: ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ । ଗତକାଲି ଜଗତପୁର ପାଗା ଫାଣ୍ଡି ଅନ୍ତର୍ଗତ ମହାଜନ ପୁରର ନାୟକ ସାହିରେ ଅଘଟଣ ଘଟିଥିଲା । ବାଣ ତିଆରି ବେଳେ ବାଣ ବିସ୍ଫୋରଣରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଏସସିବି ମେଡିକାଲକୁ ନେଇଥିଲା । ମା, ଝିଅ ଓ ଶାଶୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ମହିଳାଙ୍କ ଶାଶୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ ଘଟିଛି । ସୁଚନାଥାଉ କି ଗୁରୁବାର ରାତି ପ୍ରାୟ ୭ଟା ସମୟରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେବାର କିଛି ସମୟ ମଧ୍ୟରେ ଅଞ୍ଚଳ ଧୂଆଁମୟ ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକେ ଦୌଡି ଯାଇ ଦେଖନ୍ତି ଶାଶୂ, ବୋହୂ ଓ ନାତୁଣୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତଳେ ପଡ଼ିଛନ୍ତି । ପୁଲିସ୍ ସହାୟତାରେ ତୁରନ୍ତ ସେମାନଙ୍କୁ ଏସସିବିକୁ ନିଆଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଥିଲା ।










