32.1 C
Bhubaneswar
Tuesday, February 17, 2026
Homeଓଡିଶାକଂଗ୍ରେସ ଓ ବିଜେଡିର କକ୍ଷ ତ୍ୟାଗ

କଂଗ୍ରେସ ଓ ବିଜେଡିର କକ୍ଷ ତ୍ୟାଗ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଜୟ ଜଗନ୍ନାଥ କହି ରାଜ୍ୟପାଳ ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିରୋଧୀ ଦଳ କକ୍ଷତ୍ୟାଗ କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟ କକ୍ଷତ୍ୟାଗ କରିଛନ୍ତି । ବଡ କଥା ହେଉଛି, ଆସନ ବଦଳିଥିବା ସନାତନ ଓ ଅରବିନ୍ଦ ନିଜ ଆସନରେ ରହିଛନ୍ତି । ଉଭୟ କକ୍ଷ ଛାଡିନାହାନ୍ତି । ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ ଯେ, ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ ଇସ୍ପାତ ଯୋଗାଇବାକୁ ଓଡିଶା ପ୍ରସ୍ତୁତ ଅଛି । ଦେଶରେ ଇସ୍ପାତ ଏବଂ ଷ୍ଟେନଲେସ ଷ୍ଟିଲ ଉତ୍ପାଦନରେ ଓଡିଶା ପ୍ରଥମ । ଲଘୁ ଖଣିଜରେ ସଂସ୍କାର ଆଣୁଛନ୍ତି ସରକାର । ୨୦୨୨- ୨୩ରେ ୧୧୯୫ କୋଟି ଆୟ ହୋଇଛି । ୨୦୨୪-୨୫ ରେ ୧୭୭୬ କୋଟି ଆୟ ହୋଇଛି । ଯାହାକି ବାର୍ଷିକ ୧୯%, ୨ ବର୍ଷରେ ୪୮%ରୁ ଅଧିକ ଅଭିବୃଦ୍ଧି ଦର୍ଶାଉଛି । ମେକଇନ ଓଡିଶାରେ ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ରାଜ୍ୟରେ ବଢିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ । ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯାଉଛି । ଏଥିପାଇଁ ସମୃଦ୍ଧ କୃଷକ ଯୋଜନାରେ ୬ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି । ସିଏମ କିଷାନ ଯୋଜନାରେ ଆୟ ବୃଦ୍ଧି ପାଇଁ ୨୦୨୦ କୋଟି ବ୍ୟୟ ହୋଇଛି । ଫଳରେ ଚାଷୀ ପରିବାରର ମୁଣ୍ଡ ପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking