23.1 C
Bhubaneswar
Monday, February 16, 2026
Homeଦେଶ ବିଦେଶବିବାହ ପୂର୍ବ ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ବିବାହ ପୂର୍ବ ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ: ସୋମବାର, ଦୁଷ୍କର୍ମ ଅଭିଯୋଗ ସହିତ ଜଡିତ ଏକ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ତଥା ମୌଳିକ ଟିପ୍ପଣୀ ଦେଇଛନ୍ତି। ଜଷ୍ଟିସ୍ ବିଭି ନାଗରତ୍ନା ଏବଂ ଜଷ୍ଟିସ୍ ଉଜ୍ଜ୍ୱଲ ଭୁୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, ‘ବିବାହ ପୂର୍ବରୁ ପୁଅ ଓ ଝିଅ ପରସ୍ପର ପାଇଁ ଅଜଣା ହୋଇଥିବାରୁ ଏଭଳି ସମ୍ପର୍କ ରଖିବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ୍‌’। ଆଗତ ପିଟିସନ୍ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଏବଂ ପରେ ବିବାହ ପାଇଁ ମନା କରିବା ଭଳି ମାମଲା ଉପରେ ପର୍ଯ୍ୟବେସିତ ଥିବା ବେଳେ ଏହାକୁ ନେଇ ଖଣ୍ଡପୀଠ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିବାହ ପୂର୍ବରୁ ଶାରୀରିକ ସମ୍ଭାବନା ଉପରେ ମଧ୍ୟ ଖଣ୍ଡପୀଠ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଜଷ୍ଟିସ୍ ବି.ଭି. ନାଗାରଥନା କହିଛନ୍ତି ଯେ ଆମେ ବୁଝିପାରୁନାହୁଁ ଯେ ବିବାହ ପୂର୍ବରୁ ଜଣେ ପୁଅ ଏବଂ ଝିଅ କିପରି ଶାରୀରିକ ସମ୍ପର୍କ ରଖିବା ପାଇଁ ଚିନ୍ତା ମଧ୍ୟ କରୁଛନ୍ତି। ଜଷ୍ଟିସ୍ ନାଗରତ୍ନା ଶୁଣାଣି ସମୟରେ କହିଛନ୍ତି ଯେ, ହୁଏତ “ଆମେ ପୁରୁଣାକାଳିଆ ହୋଇପାରୁ, ଆମ ବିଚାର ଆମ ସଂସ୍କାର ମଧ୍ୟ ପୁରୁଣାକାଳିଆ ହୋଇପାରେ, କିନ୍ତୁ ବିବାହ ପର୍ଯ୍ୟନ୍ତ, ପୁଅ ଏବଂ ଝିଅ ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ଉଚିତ୍‌। ଏହା ହିଁ ଚିରନ୍ତନୀ ସତ୍ୟ। ପରସ୍ପରକୁ କେବଳ ଜାଣିଦେଲେ ହେବନି, ପରସ୍ପର ପ୍ରତି ବିଶ୍ୱାସ ମଧ୍ୟ ଆସିବା ଉଚିତ୍‌। ଯେପର୍ଯ୍ୟନ୍ତ ସେମାନେ ପରସ୍ପର ପ୍ରତି ସାମାନ୍ୟତମ ମଧ୍ୟ ଅପରିଚିତ ଅଛନ୍ତି ସେପର୍ଯ୍ୟନ୍ତ ଉଭୟଙ୍କୁ ବହୁତ ସତର୍କ ରହିବା ଉଚିତ। କାହାକୁ ବିଶ୍ୱାସ କରାଯିବା ଉଚିତ ନୁହେଁ।

ରିପୋର୍ଟ ଅନୁଯାୟୀ ପୀଡ଼ିତା ଓ ଅଭିଯୁକ୍ତ ୨୦୨୨ରେ ଏକ ମ୍ୟାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ସମ୍ପର୍କରେ ଆସିଥିଲେ। ଅଭିଯୁକ୍ତ ଜଣକ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦିଲ୍ଲୀ ଏବଂ ଦୁବାଇରେ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ସମ୍ମତି ବିନା ଅଶ୍ଳୀଳ ଭିଡିଓ ମଧ୍ୟ ରେକର୍ଡ କରିଥିଲେ। ପରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ଜଣକ ପୂର୍ବରୁ ବିବାହିତ ଥିଲେ ଏବଂ ୨୦୨୪ ଜାନୁଆରୀରେ ପଞ୍ଜାବରେ ଅନ୍ୟ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏସମ୍ପର୍କରେ ପୀଡିତା ଜାଣିବା ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯଦିଓ ଅଭିଯୁକ୍ତ ଏବେ ଜେଲ୍‌ରେ ଅଛନ୍ତି ତେବେ ସେ ସୁପ୍ରିମକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି। ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯଦି ସମ୍ପର୍କ ସହମତି ଭିତ୍ତିକ ହୋଇଥାଏ, ତେବେ ଏହା କେବଳ ମାମଲା ଚଲାଇ ଦଣ୍ଡ ଦେବାର ବିଷୟ ନୁହେଁ। ଏହି ମାମଲାକୁ ସମାଧାନ ପାଇଁ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଯାଇପାରେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବୁଧବାର ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking