21.1 C
Bhubaneswar
Sunday, February 1, 2026
Homeଦେଶ ବିଦେଶକେନ୍ଦ୍ରୀୟ ବଜେଟ୍ ୨୦୨୬-୨୭: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍...

କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ, “ଭାରତକୁ ମେଡିକାଲ୍ ଟୁରିଜିମ୍ ସେବାର ଏକ ହବ୍ ଭାବରେ ପ୍ରୋତ୍ସାହିତ କରିବା ପାଇଁ, ମୁଁ ବେସରକାରୀ କ୍ଷେତ୍ରର ସହଭାଗିତାରେ ପାଞ୍ଚଟି ଆଞ୍ଚଳିକ ମେଡିକାଲ୍ ହବ୍ ପ୍ରତିଷ୍ଠା କରିବାକୁ ରାଜ୍ୟମାନଙ୍କୁ ସହାୟତା କରିବା ପାଇଁ ଏକ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଛି।” ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ହବ୍ଗୁଡ଼ିକ ସମନ୍ୱିତ ସ୍ୱାସ୍ଥ୍ୟସେବା କମ୍ପ୍ଲେକ୍ସ ଭାବରେ କାର୍ଯ୍ୟ କରିବ, ଯାହା ଚିକିତ୍ସା, ଶିକ୍ଷା ଏବଂ ଗବେଷଣା ସୁବିଧାକୁ ଏକତ୍ରିତ କରିବ। ସେ ଆହୁରି ମଧ୍ୟ କହିଛନ୍ତି, “ଏଥିରେ ଆୟୁଷ କେନ୍ଦ୍ର, ମେଡିକାଲ୍ ଭାଲ୍ୟୁ ଟୁରିଜିମ୍ ସୁବିଧା କେନ୍ଦ୍ର ଏବଂ ରୋଗ ନିଦାନ, ପରବର୍ତ୍ତୀ ଯତ୍ନ ଏବଂ ପୁନର୍ବାସ ପାଇଁ ଭିତ୍ତିଭୂମି ରହିବ। ଏହି ହବ୍ଗୁଡ଼ିକ ଡାକ୍ତର ଏବଂ ଏଏଚ୍ପି ସମେତ ସ୍ୱାସ୍ଥ୍ୟ ପେସାଦାରମାନଙ୍କ ପାଇଁ ବିଭିନ୍ନ ନିଯୁକ୍ତି ସୁଯୋଗ ପ୍ରଦାନ କରିବ।”

ପର୍ଯ୍ୟଟନ
ଅର୍ଥମନ୍ତ୍ରୀ କହିଛନ୍ତି, “ନିଯୁକ୍ତି ସୁଯୋଗ ସୃଷ୍ଟି, ବୈଦେଶିକ ମୁଦ୍ରା ଆୟ ଏବଂ ସ୍ଥାନୀୟ ଅର୍ଥନୀତିର ସମ୍ପ୍ରସାରଣରେ ପର୍ଯ୍ୟଟନ କ୍ଷେତ୍ରର ଏକ ବଡ଼ ଭୂମିକା ଗ୍ରହଣ କରିବାର ସାମର୍ଥ୍ୟ ରହିଛି।” ସେ କହିଛନ୍ତି, “ବର୍ତ୍ତମାନର ‘ନ୍ୟାସନାଲ କାଉନସିଲ୍ ଫର୍ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ କ୍ୟାଟରିଂ ଟେକ୍ନୋଲୋଜି’ର ଉନ୍ନତିକରଣ କରି ମୁଁ ଏକ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହସ୍ପିଟାଲିଟି’ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଉଛି। ଏହା ଶିକ୍ଷା ଜଗତ, ଶିଳ୍ପ ଏବଂ ସରକାରଙ୍କ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରିବ।” କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ୨୦ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀରେ ୧୦ ହଜାର ଗାଇଡ୍ଙ୍କ ଦକ୍ଷତା ବୃଦ୍ଧି ପାଇଁ ଆଇଆଇଏମ୍ ସହାୟତାରେ ତାଲିମ ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ପ୍ରସ୍ତାବ ରହିଛି। ଏହି କାର୍ଯ୍ୟକ୍ରମ ୧୨ ସପ୍ତାହ ଅବଧିର ରହିବ ଏବଂ ହାଇବ୍ରିଡ୍ ମୋଡ୍ରେ ପରିଚାଳନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, “ସମସ୍ତ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଐତିହ୍ୟ ସମ୍ପନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ଡିଜିଟାଲ୍ ଦସ୍ତାବିଜ ପ୍ରସ୍ତୁତ କରିବା ପାଇଁ ଏକ ‘ନ୍ୟାସନାଲ ଡେଷ୍ଟିନେସନ ଡିଜିଟାଲ୍ ନଲେଜ୍ ଗ୍ରୀଡ୍’ ପ୍ରତିଷ୍ଠା କରାଯିବ। ଏହି ପଦକ୍ଷେପ ସ୍ଥାନୀୟ ଗବେଷକ, ଐତିହାସିକ, ବିଷୟବସ୍ତୁ ସୃଷ୍ଟିକାରୀ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗୀମାନଙ୍କ ପାଇଁ ନିଯୁକ୍ତିର ଏକ ନୂତନ ପରିବେଶ ସୃଷ୍ଟି କରିବ।”
ଅର୍ଥମନ୍ତ୍ରୀ କହିଛନ୍ତି, “ବିଶ୍ୱସ୍ତରୀୟ ଟ୍ରେକିଂ ଏବଂ ହାଇକିଂ ଅନୁଭୂତି ପ୍ରଦାନ କରିବା ପାଇଁ ଭାରତରେ ସାମର୍ଥ୍ୟ ଏବଂ ସୁଯୋଗ ରହିଛି। ଆମେ ପରିବେଶ ଅନୁକୂଳ ତଥା ସ୍ଥାୟୀ ଭାବରେ
(i) ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ-କଶ୍ମୀରର ପାର୍ବତ୍ୟ ପଥ; ପୂର୍ବଘାଟ ପର୍ବତମାଳାର ଆରାକୁ ଉପତ୍ୟକା ଏବଂ ପଶ୍ଚିମଘାଟ ପର୍ବତମାଳାର ପୋଥିଗାଇ ମଲାଇର ବିକାଶ କରିବୁ।
(ii) ଓଡ଼ିଶା, କର୍ଣ୍ଣାଟକ ଏବଂ କେରଳର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ପ୍ରମୁଖ ଅଣ୍ଡାଦାନ ସ୍ଥଳଗୁଡ଼ିକରେ ‘ଟର୍ଟଲ ଟ୍ରେଲ୍ସ’ (କଇଁଛ ପଥ); ଏବଂ
(iii) ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ପୁଲିକାଟ ହ୍ରଦ କୂଳରେ ପକ୍ଷୀ ନିରୀକ୍ଷଣ ପଥ ବିକଶିତ କରିବୁ।”
ସେ ଆହୁରି ମଧ୍ୟ କହିଛନ୍ତି, “ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆମେ ୨୦୨୪ରେ ‘ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାୟନ୍ସ’ ପ୍ରତିଷ୍ଠା କରିଥିଲୁ। ଏହି ବର୍ଷ ଭାରତ ପ୍ରଥମ ଥର ପାଇଁ ‘ଗ୍ଲୋବାଲ ବିଗ୍ କ୍ୟାଟ୍ ସମିଟ୍’ ଆୟୋଜନ କରୁଛି, ଯେଉଁଠାରେ ୯୫ଟି ଦେଶର ସରକାରୀ ମୁଖ୍ୟ ଏବଂ ମନ୍ତ୍ରୀମାନେ ସଂରକ୍ଷଣ ପାଇଁ ସାମୂହିକ ରଣନୀତି ଉପରେ ଆଲୋଚନା କରିବେ।”

ଐତିହ୍ୟ ଏବଂ ସାଂସ୍କୃତିକ ପର୍ଯ୍ୟଟନ
ଐତିହ୍ୟ ଏବଂ ସାଂସ୍କୃତିକ ପର୍ଯ୍ୟଟନ ବିଷୟବସ୍ତୁ ଉପରେ ସୂଚନା ଦେଇ ଶ୍ରୀମତୀ ସୀତାରମଣ – ଲୋଥାଲ, ଧୋଲାଭିରା, ରାଖିଗଡ଼ି, ଆଦିଚାନଲୁର, ସାରନାଥ, ହସ୍ତିନାପୁର ଏବଂ ଲେହ ପ୍ୟାଲେସ୍ ସମେତ ୧୫ଟି ପ୍ରତ୍ନତାତ୍ତ୍ବିକ ସ୍ଥଳୀକୁ ‘ଜୀବନ୍ତ ତଥା ଅନୁଭୂତିପୂର୍ଣ୍ଣ ସାଂସ୍କୃତିକ ଗନ୍ତବ୍ୟସ୍ଥଳ’ ଭାବରେ ବିକଶିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଖନନ କରାଯାଇଥିବା ସ୍ଥାନଗୁଡ଼ିକ କ୍ୟୁରେଟେଡ୍ ୱାକୱେ ମାଧ୍ୟମରେ ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯିବ। ସଂରକ୍ଷଣ ପ୍ରୟୋଗଶାଳା, ବାଖ୍ୟାନ କେନ୍ଦ୍ର ଏବଂ ଗାଇଡ୍ମାନଙ୍କୁ ସାହାଯ୍ୟ କରିବା ପାଇଁ ‘ଇମର୍ସିଭ୍ ଷ୍ଟୋରିଟେଲିଂ’ ଦକ୍ଷତା ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରାଯିବ।”

ପୂର୍ବୋଦୟ ରାଜ୍ୟ ଏବଂ ଉତ୍ତର-ପୂର୍ବ ଅଞ୍ଚଳକୁ ଗୁରୁତ୍ୱ
ପୂର୍ବୋଦୟ ବିଷୟରେ କହି ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି, “ମୁଁ ଦୁର୍ଗାପୁରଠାରେ ଏକ ସୁସଂଯୋଜିତ ନୋଡ୍ ସହିତ ଏକ ସମନ୍ୱିତ ପୂର୍ବ ଉପକୂଳ ଶିଳ୍ପ କରିଡରର ବିକାଶ, ୫ଟି ପୂର୍ବୋଦୟ ରାଜ୍ୟରେ ୫ଟି ପର୍ଯ୍ୟଟନ ସ୍ଥଳୀର ସୃଷ୍ଟି ଏବଂ ୪,୦୦୦ ଇ-ବସ୍ ପ୍ରଦାନ କରିବାକୁ ପ୍ରସ୍ତାବ ଦେଉଛି।” ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ବୌଦ୍ଧ ସ୍ଥଳଗୁଡ଼ିକ ବିଷୟରେ ସେ କହିଛନ୍ତି ଯେ, ଉତ୍ତର-ପୂର୍ବ ଅଞ୍ଚଳ ହେଉଛି ଥେରବାଦ ଏବଂ ମହାଯାନ ବା ବଜ୍ରଯାନ ପରମ୍ପରାର ଏକ ସଭ୍ୟତାଗତ ସଙ୍ଗମ ସ୍ଥଳ। ଅର୍ଥମନ୍ତ୍ରୀ ଆହୁରି ମଧ୍ୟ ଅରୁଣାଚଳ ପ୍ରଦେଶ, ସିକିମ, ଆସାମ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ବୌଦ୍ଧ ସର୍କିଟ୍ ବିକାଶ ପାଇଁ ଏକ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ଯୋଜନାରେ ମନ୍ଦିର ଏବଂ ମଠଗୁଡ଼ିକର ସଂରକ୍ଷଣ, ତୀର୍ଥଯାତ୍ରୀ ବ୍ୟାଖ୍ୟାନ କେନ୍ଦ୍ର, ଯୋଗାଯୋଗ ଏବଂ ତୀର୍ଥଯାତ୍ରୀଙ୍କ ସୁବିଧା ପ୍ରଭୃତି ଅନ୍ତର୍ଭୁକ୍ତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking