21.1 C
Bhubaneswar
Sunday, February 1, 2026
Homeଓଡିଶାଯୋଗାଣ ମନ୍ତ୍ରୀଙ୍କ ବାସଭବନରେ ତାଙ୍କ ସହଯୋଗୀଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ଯୋଗାଣ ମନ୍ତ୍ରୀଙ୍କ ବାସଭବନରେ ତାଙ୍କ ସହଯୋଗୀଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ୱର: ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ତାଙ୍କର ଜଣେ ସହଯୋଗୀଙ୍କ ଅପମୃତୁ୍ୟ ଓ ତରବରିଆ ଭାବେ ମୃତକଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବାକୁ ନେଇ ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କୁ କାଠଗଡାରେ ଛିଡା କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳ ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କର ଜଣେ ସହଯୋଗୀଙ୍କ ଅକଷ୍ମାତ ମୃତୁ୍ୟ ଘଟୁଛି ଓ ସରକାର କେବଳ ଏକ ୟୁଡି କେସ ରୁଜୁ କରି ମୃତକଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରି ଦେଇଛନ୍ତି । ସରକାରଙ୍କ ଏହି ତରବରିଆ ଉଦ୍ୟମ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ରାଜ୍ୟର ଗୃହ ମନ୍ତ୍ରାଳୟର ଦାୟିତ୍ୱ ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝିଙ୍କ ପାଖରେ ଥିବାରୁ ଏହି ଘଟଣାର ସତ୍ୟାସତ୍ୟ ସେ ଓଡିଶାବାସୀଙ୍କ ସମ୍ମୁଖରେ ରଖିବା ଉଚିତ । ବ୍ୟକ୍ତି ଜଣଙ୍କର ମୃତୁ୍ୟ ବିଦୁ୍ୟତ ଆଘାତରେ ହେଲା ବୋଲି କୁହାଯାଉଥିବା ବେଳେ, ସରକାରୀ ବାସଭବନରେ ବିଦୁ୍ୟତ ଆଘାତରେ ମୃତୁ୍ୟ ଘଟିବା ଏକ ସାଙ୍ଘାତିକ ଘଟଣା । ଏହା ନିଶ୍ଚିତ ଭାବେ ଏକ ସୁରକ୍ଷା ତ୍ରୁଟି । ବ୍ୟକ୍ତି ଜଣଙ୍କର ମୃତୁ୍ୟ କିପରି ହେଲା ଓ ତାଙ୍କ ମୃତୁ୍ୟ ପାଇଁ କିଏ ଦାୟୀ, ଏନେଇ ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକ ଅଛି । ମୃତକଙ୍କ ଶବ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ପରିବାର ସଦସ୍ୟଙ୍କ ସହିତ ବାର୍ତ୍ତାଳାପ କରିବାକୁ ବାରଣ କରାଯାଇଥିଲା । ଏହାଦ୍ୱାରା ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଜଣାପଡୁଛି । ତେଣୁ ରାଜ୍ୟ ସରକାର ଏହି ମାମଲାର ଉପଯୁକ୍ତ ତଦନ୍ତ କରି ମୃତୁ୍ୟର କାରଣ ସମ୍ୱନ୍ଧରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ଦାସବର୍ମା କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking