ଭୁବନେଶ୍ୱର: ରାଜଧାନୀରେ ପୁଣି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀସାଗର ବୃଦ୍ଧ ନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବାପିନ ସାବତଙ୍କୁ ଗିରଫ କରିଛି ପୋଲିସ । ପୀଡିତା ଜଣଙ୍କ ବୁଦ୍ଧନଗରରେ ଏକ ଭଡାଘରେ ରହୁଥିଲେ । ସେଠାରେ ଅଭିଯୁକ୍ତ ବିପିନ ସାବତ ସହ ଲିଭଇନରେ ରହୁଥିଲେ । ପୀଡିତା ଜଣକ ଅଭିଯୁକ୍ତ ବିପିନ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ତାଙ୍କ ବିନା ଇଚ୍ଛାରେ ତାଙ୍କ ସହ ବିପିନ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀସାଗରଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତା । ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।










