28.1 C
Bhubaneswar
Tuesday, January 20, 2026
Homeଓଡିଶାଘର ଭିତରେ କନିଷ୍ଠ କିରାଣୀଙ୍କ ଆତ୍ମହତ୍ୟା

ଘର ଭିତରେ କନିଷ୍ଠ କିରାଣୀଙ୍କ ଆତ୍ମହତ୍ୟା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀଙ୍କ ଆତ୍ମହତ୍ୟା । ବେକରେ ଗାମୁଚ୍ଛା ଦେଇ ଆତ୍ମହତ୍ୟା କରିଥିବା ସୂଚନା । ଯୁବକ ଜଣଙ୍କ ଆଳପୁର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣଙ୍କ ହେଲେ ସମର୍ଜିତ ପ୍ରଧାନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କନିଷ୍ଠ କିରାଣୀ ଭାବେ କାମ କରୁଥିଲେ । ବର୍ତ୍ତମାନ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking