ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ମଲିକାପୁର ପଞ୍ଚାୟତ ମହାନ୍ତିପାଟଣା ଗ୍ରାମ ନଅ ମାନିଆ ସୁଇଜ ଗେଟ ନିକଟସ୍ଥ ଏକ ବର ଗଛ ଡାଳରେ ଓଢଣୀ ଲଗାଇ ଝୁଲିପଡିଲେ ପ୍ରେମୀ ଯୁଗଳ । ଶୁଶୁଆ ପଞ୍ଚାୟତ ଗ୍ରାମର ମଙ୍ଗୁଳି ମାଲିକଙ୍କ ପୁଅ ସମୀର ମଲିକ ହୋଇଥିବା ବେଳେ ମହାନ୍ତିପାଟଣା ଗ୍ରାମର ରବୀନ୍ଦ୍ର ମଲିକଙ୍କ ଝିଅ ସୁରେଖା ମଲିକ ବୋଲି ଜଣାପଡିଛି । ନିକଟସ୍ଥ ଜଣେ ଗ୍ରାମବାସୀ ଦେଖିବା ପରେ ଖବର ପ୍ରସାରିତ ହେବାରୁ ଘଟଣାସ୍ଥଳରେ ଭିଡ ଲାଗିଥିଲା । ସମୀର କେରଳର ଏକ ପ୍ଲାଏଉଡ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ କିଛି ଦିନ ହେବ ଘରକୁ ଆସିଥିଲେ । ଗତକାଲି ସନ୍ଧ୍ୟାରୁ ଘରୁ ଆସିଥିବା ବେଳେ ଆଉ ଫେରିନଥିଲେ ।










