29.1 C
Bhubaneswar
Wednesday, May 13, 2026
Homeଦେଶ ବିଦେଶମଧ୍ୟପ୍ରାଚ୍ୟ ସଙ୍କଟରେ ଅନାବଶ୍ୟକ ଖର୍ଚ୍ଚ ନକରିବାକୁ ମୋଦିଙ୍କ ଅପିଲ

ମଧ୍ୟପ୍ରାଚ୍ୟ ସଙ୍କଟରେ ଅନାବଶ୍ୟକ ଖର୍ଚ୍ଚ ନକରିବାକୁ ମୋଦିଙ୍କ ଅପିଲ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଲାଗି ରହିଛି ଅସ୍ଥିରତା । ଏଭଳି ସଂକଟରେ କମ ଖର୍ଚ୍ଚାନ୍ତ ପାଇଁ ଦେଶବାସୀଙ୍କୁ ବଡ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବାସୀଙ୍କୁ ପେଟ୍ରୋଲ ଓ ଡିଜେଲ ସଞ୍ଚୟ କରିବା ଏବଂ ଅନାବଶ୍ୟକ ଖର୍ଚ୍ଚ କାଟ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଏପରିକି ବର୍ଷକ ଯାଏଁ ସୁନା କିଣିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ଏବେ ଏହି ଆହ୍ୱାନ କେବଳ ଦେଶବାସୀଙ୍କଠାରେ ସୀମୀତ ନୁହେଁ ବରଂ ନିଜ କ୍ଷେତ୍ରରେ ମଧ୍ୟ ଲାଗୁ କରିଛନ୍ତି ଖୋଦ ମୋଦୀ । ପ୍ରଧାନମନ୍ତ୍ରୀ ନିଜେ ବ୍ୟବହାର କରୁଥିବା କନଭୟ ବା ସୁରକ୍ଷା ଯାନବାହାନ ସଂଖ୍ୟା ଯଥେଷ୍ଟ ସୀମୀତ କରିଦେଇଛନ୍ତି । ନିଜ ସୁରକ୍ଷାରେ ନିୟୋଜିତ ଗାଡିକୁ ୫୦ ପ୍ରତିଶତ ହ୍ରାସ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କ ସୁରକ୍ଷା ଏବଂ ଏସପିଜି ପ୍ରୋଟୋକଲ ଅନୁସାରେ , ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ବଜାୟ ରଖି ଯାନବାହାନ ସଂଖ୍ୟା ହ୍ରାସ କରାଯାଇଛି । ହ୍ରାଇଦ୍ରାବାଦରେ ଏକ ଜନସଭାକୁ ସମ୍ବୋଧନ ପରେ ମୋଦୀ ଭଦୋଦରା ଏବଂ ଗୌହାଟୀ ଗସ୍ତ ସମୟରେ ତାଙ୍କ କନଭୟ ଯାନବାହାନ ସଂଖ୍ୟା ସୀମୀତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking