ଭୁବନେଶ୍ୱର: ବିଜେଡିର ଅଭିଯୋଗ ସମ୍ପୂର୍ଣ୍ଣ ମିଛ କହିଲେ ଅରବିନ୍ଦ ମହାପାତ୍ର । ସେ କହିଛନ୍ତି ଯେ ସବୁ ଦିନ ମୋ ବିରୋଧରେ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି । ଗୋଟିଏ କାଗଜ ଫର୍ଦ୍ଦରେ ସବୁ ଅଭିଯୋଗ ଲେଖିକି ଆଣନ୍ତୁ, ମିଡିଆରେ ରଖନ୍ତୁ । ମୁଁ ସବୁ ଅଭିଯୋଗର ଉତ୍ତର ରଖିବି । ନବୀନଙ୍କ ସହ କଥା ହେବାକୁ ଚେଷ୍ଟା କରିବି, ତା ପରେ ଉତ୍ତର ରଖିବି । ସୂଚନାଯୋଗ୍ୟ, ଆଜି ଅରବିନ୍ଦଙ୍କୁ ନିଲମ୍ବନ ପଛର କାରଣ କହି ବିଜେଡି କହିଥିଲା ଯେ ୨୨ ମାସର ରିପୋର୍ଟ ଅନୁଯାୟୀ ପଦକ୍ଷେପ ନିଆଯାଇଛି । ଟିକେଟ୍ ନେବା ପରଠାରୁ ବିଶ୍ୱାସଘାତକ କରିଥିଲେ । ବାପା – ପୁଅ ଦଳ ଭାବେ ପାଟକୁରାରେ ଶାସନ କରୁଥିଲେ । ସାଂସଦ ପ୍ରାର୍ଥୀଙ୍କୁ ହରାଇବା ମଙ୍ଗ ଧରିଥିଲେ ଅରବିନ୍ଦ । କାର୍ଯ୍ୟକ୍ରମରେ ଦଳ ଚିହ୍ନ ଓ ସଭାପତିଙ୍କ ଫଟୋ ରଖୁନଥିଲେ ।










