ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିରେ ମୁକୁଳା ଡ୍ରେନ୍ ନେଲା ଜୀବନ । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ସାଲିଆ ସାହିରେ ନୂଆ ରାସ୍ତା ପାଇଁ ତିଆରି ହେଉଥିବା ଡ୍ରେନ୍ରେ ପଡି ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଅଘଟଣ ପାଇଁ କିଏ ଦାୟୀ ସେନେଇ ତଦନ୍ତ କରୁଛି ପୋଲିସ ।










