ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରତିବାଦ ଉପରେ ଇରାନ ହଠାତ ତାର ବନ୍ଦ କରିଗେବା ପରେ ଗୁରୁବାର ଏୟାର ଇଣ୍ଡିଆ ଉପରେ ଇରାନର ରକ୍ତାକ୍ତ କାଯ୍ୟାନୁଷ୍ଠାନକୁ ନେଇ ଆମେରିକା ସହିତ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଗୁରୁବାର ସକାଳେ ଇରାନ ଘଣ୍ଟା ଘଣ୍ଟା ପାଇଁ କୌଣସି କାରଣ ନ ଦେଇ ବାଣିଜ୍ୟିକ ବିମାନ ପାଇଁ ତାର ବାୟୁସୀମା ବନ୍ଦ କରିଦେଇଥିଲା । ଫଳରେ ଏୟାର ଇଣ୍ଡିଆ , ଇଣ୍ଡିଗୋ ଓ ସ୍ପାଇସ ଜେଟ ପରି ଏୟାରଲେନ୍ସ ର ଆନ୍ତର୍ଜାତିକ ବିମାନ ସେବା ପ୍ରଭାବିତ ହୋଇଛି ।
ଗୁରୁବାର ଏୟାର ଇଣ୍ଡିଆ ଏୟାରଲାଇନ୍ସ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ଏହାର ଯାତ୍ରୀଙ୍କୁ ବିମାନ ଉଡାଣରେ ବିଳମ୍ବ ତଥା ବାତିଲ ସମ୍ପର୍କରେଗୁରୁବାର ଏୟାର ଇଣ୍ଡିଆ ଏୟାରଲାଇନ୍ସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ଏହାର ଯାତ୍ରୀଙ୍କୁ ବିମାନ ଉଡ଼ାଣରେ ବିଳମ୍ବ ତଥା ବାତିଲ ସମ୍ପର୍କରେ ସୂଚନା ଦେଇଛି। ଇରାନ ବାୟୁସୀମା ବନ୍ଦ କରିଥିବାରୁ ସେହି ମାର୍ଗ ଦେଇ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ବିକଳ୍ପ ମାର୍ଗ ବ୍ୟବହାର କରିବ ଯେଉଁଥିପାଇଁ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇପାରେ ବୋଲି ଏହାର ପୋଷ୍ଟରେ ଏୟାର ଇଣ୍ଡିଆ ଯାତ୍ରୀଙ୍କୁ ସୂଚନା ଦେଇଥିଲା। ଯେଉଁ ବିମାନ ପାଇଁ ବିକଳ୍ପ ମାର୍ଗ ବ୍ୟବସ୍ଥା ନାହିଁ ସେଗୁଡ଼ିକ ବାତିଲ କରାଯାଇଥିବା କୁହାଯାଇଛି। ବିମାନବନ୍ଦରକୁ ଆସିବା ପୂର୍ବରୁ ଉଡ଼ାଣ ସ୍ଥିତି ଯାଞ୍ଚ କରିବାକୁ ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ସୂଚନାଯୋଗ୍ୟ, ଇରାନ ଦ୍ବାରା ଜାରି କରାଯାଇଥିବା ପାଇଲଟ୍ ମାର୍ଗଦର୍ଶିକା ଅନୁଯାୟୀ, ଚାରି ଘଣ୍ଟାରୁ ଅଧିକ ସମୟ ପାଇଁ ବାୟୁସୀମା ବନ୍ଦ ରଖାଯାଇଥିଲା। ଇରାନର ବାୟୁସୀମା ଗୁରୁତ୍ବପୂର୍ଣ୍ଣ ପୂର୍ବ-ପଶ୍ଚିମ ଉଡ଼ାଣ ମାର୍ଗରେ ଅବସ୍ଥିତ। ସକାଳ ୭ଟା ପରେ ଇରାନ ଆକାଶରେ ଅନେକ ଘରୋଇ ବିମାନ ଯାତାୟାତ କରୁଥିବା ଦେଖାଯାଇଥିଲା।










