ଭୁବନେଶ୍ୱର: ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର ପିପିଲି ପୁଲିସ ଥାନା ଅନ୍ତର୍ଗତ ତେଇଶିପୁର ଛକ ନିକଟରେ ମଧ୍ୟପ୍ରଦେଶରୁ ଆସିଥିବା ଏକ ପର୍ଯ୍ୟଟନ ବସ ପର୍ଯ୍ୟଟନ ବସ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିବା ପରେ ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଛି । ଫଳରେ ୬ ଜଣ ମହିଳା ପର୍ଯ୍ୟଟକ ଆହତ ହୋଇଛନ୍ତି । ବସରେ ୬ ଜଣ ମହିଳାଙ୍କ ସମେତ ୨୦ରୁ ଅଧିକ ଯାତ୍ରୀ ଥିଲେ । ସେମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିଲେ । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏବଂ ଅନ୍ୟାମନଙ୍କୁ ସାମାନ୍ୟ ଆଘାତ ଲାଗିଛି । ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ପୋଲିସ ଏବଂ ଜରୁରୀକାଳୀନ ସେବାକୁ ସୂଚନା ଦେଇଥିଲେ । ଆହତଙ୍କୁ କ୍ଷତିଗ୍ରସ୍ତ ଗାଡିରୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଯେଉଁଠାରେ ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଚାଲିଛି । ସୂଚନା ପାଇବା ପରେ ପିପିଲିର ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରିଛି । ପୋଲିସ ବସକୁ କ୍ରେନ ଦ୍ୱାରା ରାସ୍ତାରୁ ହଟାଇଛି ।









