ଛତିଶଗଡ: ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ । ଛତିଶଗଡର ବଳରାମପୁର ଜିଲ୍ଲାର ତାଟାପାଣି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ରାତ୍ରୀ ଭୋଜନ ଦେବାରେ ବିଳମ୍ବକୁ ନେଇ ଭଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ସମୟରେ ସ୍ୱାମୀ କ୍ରୋଧିତ ହୋଇ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇ ଦେଇଛି । ସୂଚନା ଅନୁସାରେ, କୋଟୱାରି ତାଡ ଗ୍ରାମର ବାସିନ୍ଦା ମୃତକଙ୍କ ପୁଅ ରାଜେଶ କୋଟା ତାଟପାଣି ଥାନାରେ ଅଭିଯୋଗ କରିଛନ୍ତି ଯେ ଜାନୁଆରୀ ୧ ତାରିଖରେ ତାଙ୍କ ବାପା ରାମଦେବ କୋଡା, ତାଙ୍କ ମାଆ ରୁନିଆ କୋଡାଙ୍କୁ ଖାଦ୍ୟ ମାଗିଥିଲୋ ସେ ଖାଦ୍ୟ ଦେବାରେ ବିଳମ୍ବ କରିବାରୁ କ୍ରୋଧିତ ହୋଇ ରାମଦେବ ତାଙ୍କୁ କାଠ ବାଡିରେ ପିଟିଥିଲେ । ଫଳରେ ଗୁରୁତର ଭାବରେ ଆହତ ହୋଇ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଘଟଣା ବିଷୟରେ ସୂଚନା ପାଇବା ପରେ, ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ରାମଦେବ କୋଡାଙ୍କ ବିରୁଦ୍ଧରେ ହତ୍ୟା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିଲା । ଏହା ପରେ ତାଙ୍କୁ ଗିରଫ କରି ଆଜି ପୋଲିସ ନ୍ୟାୟିକ ହାଜତକୁ ପଠାଇଛି । ଏହି ଘଟଣା ପରେ, ଗାଁରେ ଶୋକ ଏବଂ ଭୟର ପରିବେଶ ସୃଷ୍ଟି ହୋଇଛି। ପୋଲିସ ବାସିନ୍ଦାଙ୍କୁ ଘରୋଇ ବିବାଦକୁ ହିଂସାରେ ପରିଣତ ନ କରିବାକୁ ଏବଂ କୌଣସି ସମସ୍ୟା ହେଲେ ଆଇନଗତ ଏବଂ ସାମାଜିକ ସହାୟତା ନେବାକୁ ନିବେଦନ କରିଛି।










