27.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଆଖିବୁଜିଲେ ଶାରୀରିକ ଶୋଷଣର ଶିକାର ହିମାଚଳ କଲେଜ ଛାତ୍ରୀ

ଆଖିବୁଜିଲେ ଶାରୀରିକ ଶୋଷଣର ଶିକାର ହିମାଚଳ କଲେଜ ଛାତ୍ରୀ

ଶିମ୍‌ଲା: ଶାରୀରିକ ଶୋଷଣ ତଥା ରାଗିଂ ଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର ଶିକାର ହୋଇଥିବା ଧର୍ମଶାଳା ସ୍ଥିତ ଏକ ଡିଗ୍ରୀ କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ତାଙ୍କ ସହ ହୋଇଥିବା ପ୍ରତ୍ୟେକଟି ଘଟଣା ସମ୍ପର୍କରେ ସେ ଏକ ମୋବାଇଲ୍ ଭିଡିଓ ରେକର୍ଡିଂ କରିଯାଇଛନ୍ତି। ଏଥିରେ ପୀଡିତା ଛାତ୍ରୀଜଣକ କଲେଜର ୩ ସିନିଅର ଛାତ୍ରୀ ତାଙ୍କୁ ଅତି ନିର୍ମର୍ମ ରାଗିଂ କରିଥିବା ଏବଂ କଲେଜର ଜଣେ ପ୍ରଫେସର ତାଙ୍କୁ ଶାରୀରିକ ଶୋଷଣ କରିଥିବା କଥା କହିଛନ୍ତି। ଅଭିଯୁକ୍ତ ପ୍ରଫେସର ତାଙ୍କୁ ଅନୁପଯୁକ୍ତ ଭାବରେ ବାରମ୍ବାର କିପରି ସ୍ପର୍ଶ କରୁଥିଲେ ଏବଂ କ୍ଲାସରୁମ୍‌ରେ ମାନସିକ ନିର୍ଯାତନା ଦେଉଥିଲେ ସେସବୁ ସମ୍ପର୍କୀତ ଅନେକ ଘଟଣାକୁ ପୀଡିତା ଛାତ୍ରୀ ମୃତ୍ୟୁ ପୂର୍ବରୁ କହିଯାଇଛନ୍ତି।

ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ କରାଯାଇଥିବା ଲିଖିତ ଅଭିଯୋଗ ଅନୁସାରେ ଅଶୋକ କୁମାର ନାମକ ଜଣେ କଲେଜର ପ୍ରଫେସର ତାଙ୍କ ଝିଅଙ୍କୁ ବାରମ୍ବାର ଶାରୀରିକ ତଥା ମାନସିକ ସ୍ତରରେ ନିର୍ଯ୍ୟାତିତ କରୁଥିଲେ। ସେହିପରି କଲେଜର ତୃତୀୟ ବର୍ଷର ଛାତ୍ରୀ ହର୍ଷିତା, ଆକୃତି ଏବଂ କୋମୋଲିକା ନାମକ ତିନି ଛାତ୍ରୀ ମଧ୍ୟ ତାଙ୍କ ଝିଅକୁ ନିଷ୍ଠୁର ଭାବେ ରାଗିଂ କରୁଥିଲେ। କିନ୍ତୁ ଏହା ଗତ ସେପ୍ଟେମ୍ବର ୧୮ ତାରିଖରେ ଅସହ୍ୟ ହୋଇପଡ଼ିଥିଲା। ଏହି ୩ ଅଭିଯୁକ୍ତା ଛାତ୍ରୀମାନେ ତାଙ୍କ ଝିଅକୁ ପ୍ରବଳ ମାଡ଼ ମାରିଥିଲେ ଏବଂ ଚୁପ୍ ରହିବାକୁ ଧମକ ଦେଇଥିଲେ। ଏହାପରଠାରୁ ତାଙ୍କ ଝିଅ ମାନସିକ ସ୍ତରରେ ଅତ୍ୟନ୍ତ ଭାଙ୍ଗିପଡିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଯିବା ଆରମ୍ଭ ହୋଇଥିଲା। ଏଥିପାଇଁ ସେମାନେ ଝିଅକୁ ରାଜ୍ୟର ସବୁ ବଡ଼ ମେଡିକାଲରେ ଚିକିତ୍ସା ମଧ୍ୟ କରାଇଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା। ମୃତ ଛାତ୍ରୀଙ୍କ ପିତା କହିଛନ୍ତି ଯେ ପ୍ରଫେସରଙ୍କ କଥିତ ଅଶାଳୀନ ଆଚରଣ ଏବଂ ମାନସିକ ନିର୍ଯାତନ।। ଯୋଗୁଁ ତାଙ୍କ ଝିଅ ଉଚ୍ଚ ଚାପରେ ରହୁଥିଲେ। ତେବେ ଡିସେମ୍ବର ୨୬ରେ ଲୁଧିଆନାର ଡିଏମ୍‌ସି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଝିଅ ମୃତ୍ୟୁବରଣ କରିଛି। ଝିଅର ମୃତ୍ୟୁରେ ସେମାନେ ପାଇଥିବ।। ଆଘାତ ଯୋଗୁଁ ପୂର୍ବରୁ ଅଭିଯୋଗ ଦାଖଲ କରିପାରିନଥିଲେ। କିନ୍ତୁ ମୋବାଇଲ୍‌ରେ ଝିଅ କରିଯାଇଥିବା ଭିଡିଓ ରେକର୍ଡ ଦେଖିବା ପରେ ସେମାନେ ଏବେ ପୁଲିସ୍‌ରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୁଲିସ୍ ଏବେ ଏହି ମାମଲାରେ ଅପରାଧିକ ଆଇନ୍ ଅନ୍ତର୍ଗତ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking