22.1 C
Bhubaneswar
Monday, December 29, 2025
Homeଓଡିଶାପୁଣି ବଦ୍ରି ବାଣ

ପୁଣି ବଦ୍ରି ବାଣ

ଭୁବନେଶ୍ୱର: ପୁଣି ବଦ୍ରିବାଣ । ନାଁ ନେଇ ପାଣ୍ଡିଆନ ଆଣ୍ଡ କୋ’କୁ ଟାର୍ଗେଟ । ବିଜେଡି ହାରିବାର କାରଣ କହି ଖୋଲା ଟାର୍ଗେଟ କଲେ ବଦ୍ରି ପାତ୍ର । କହିଲେ ନବୀନ ପଟ୍ଟନାୟକ ଲୋକପ୍ରିୟ ନେତା । ଗତ ନିର୍ବାଚନ ଫଳାଫଳ ହିଁ ପ୍ରମାଣ କରିଦେଲା ଯେ ନବୀନ ପଟ୍ଟନାୟକ ଲୋକପ୍ରିୟ ନେତା . ଲୋକେ ନବୀନଙ୍କୁ ଖୋଜିଲେ କିନ୍ତୁ ଏମାନେ ନବୀନଙ୍କ ଭଳି ଅଭିନୟ କଲେ । ଯେଉଁମାନେ ହେଲିକପ୍ଟରରେ ବୁଲିଲେ , ପେଣ୍ଡାଲରେ ଭାଷଣ ଦେଲେ । ନିଜକୁ ନବୀନଙ୍କ ବିକଳ୍ପ ଭାବିଲେ । ନବୀନଙ୍କୁ ଲୋକଙ୍କଠାରୁ ଦୂରେଇ ରଖିଲେ । ଲୋକେ କହିଲେ ନବୀନ ନାହିଁ ତ ଭୋଟ ନାହିଁ । ନେତାଙ୍କୁ ଯେଉଁମାନେ ଦୁର୍ବଳ କରିଥିଲେ ସେହିମାନଙ୍କ କଥା କୁହାଯାଉଛି ବୋଲି ବଦ୍ରିପାତ୍ର କହିଛନ୍ତି । ଦଳ ବିପର୍ଯ୍ୟୟ ଦେଇ ଗତି କରୁଛି । ମେଳି ହେଉଛି । ଦଳକୁ ବାଟକୁ ଆଣିବାକୁ ନେତାଙ୍କୁ ସବଳ କରିବାକୁ ଏହା ଭଲ ଉଦ୍ୟମ । ଯେଉଁମାନେ ବାଟରେ ଛକୁଛନ୍ତି ତାଙ୍କୁ ଦଳରୁ ଦୂରେଇ ରଖିବାକୁ ଉଦ୍ୟମ ହେଉଛି ବୋଲି ବଦ୍ରି କହିଛନ୍ତି । ସୂଚନାଥାଉକି, ଶୁକ୍ରବାର ହୋଇଥିବା ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସରେ ମଧ୍ୟ ବଦ୍ରି ପାତ୍ର ମଞ୍ଚରେ ବିସ୍ଫୋରକ ବୟାନ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking