32.1 C
Bhubaneswar
Wednesday, May 6, 2026
Homeଦେଶ ବିଦେଶଖୁସି ଖବର: କମିଲା ସୁନା ଦର

ଖୁସି ଖବର: କମିଲା ସୁନା ଦର

ନୂଆଦିଲ୍ଲୀ: କମିଲା ସୁନା ଦର । ଯାହା କି ଗ୍ରାହକଙ୍କ ମନରେ ଖୁସି ଦେଖାଦେଇଛି । ବିଶ୍ୱ ବିଲିଅନ ବଜାରରେ ସୁନା ନିରନ୍ତର ହ୍ରାସ ପାଇ ଚାଲିଛି । ବଢୁଥିବା ସୁନା, ରୂପା ଦର ବର୍ତ୍ତମାନ ପାଇଁ ଚିନ୍ତାର କାରଣ ସାଜିଥିଲା । କାରଣ ଏହି ଦର ମଧ୍ୟବିତ୍ତଠୁ ଆରମ୍ଭ କରି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଥିଲା । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧ ଲକ୍ଷ ୩୮ ହଜାର ୧୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୩୬ ହଜାର ୭୫୦ ଟଙ୍କାକୁ ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧ ଲକ୍ଷ ୩୮ ହଜାର ୧୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧ ଲକ୍ଷ ୩୬ ହଜାର ୭୫୦ ଟଙ୍କାକୁ ପହଞ୍ଚିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧ ଲକ୍ଷ ୪୯ ହଜାର ୨୩୦ ଟଙ୍କା ଓ ୨୨ କ୍ୟାରେଟ ୧ ଲକ୍ଷ ୩୬ ହଜାର ୯୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧ ଲକ୍ଷ ୫୦ ହଜାର ୭୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧ ଲକ୍ଷ ୩୮ ହଜାର ୨୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧ ଲକ୍ଷ ୪୯ ହଜାର ୧୮୦ ଟଙ୍କା ଓ ୨୨ କ୍ୟାରେଟ ମୂଲ୍ୟ ୧ ଲକ୍ଷ ୩୬ ହଜାର ୭୫୦ ଟଙ୍କା ରହିଛି । ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା ୨ ଲକ୍ଷ ୫୫ ହଜାର ଟଙ୍କା ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking