18.1 C
Bhubaneswar
Friday, December 19, 2025
Homeଓଡିଶାଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡଃ ମହାପାତ୍ର କୋରାପୁଟରେ କାର୍ଯ୍ୟର ସମୀକ୍ଷା

ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡଃ ମହାପାତ୍ର କୋରାପୁଟରେ କାର୍ଯ୍ୟର ସମୀକ୍ଷା

କୋରାପୁଟ/ ଭୁବନେଶ୍ବର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି କୋରାପୁଟ ଜିଲ୍ଲାର ସୁନାବେଡା ପୌରପାଳିକା ଗସ୍ତ କରି ପୌର ଅଞ୍ଚଳର ଏକ ଆହାର କେନ୍ଦ୍ରରେ ପ୍ରଦାନ କରାଯାଉଥିବା ଖାଦ୍ୟର ଗୁଣମାନ, ତାଜାପନ ଓ ପୋଷଣମାନ ଉପରେ ନିରୀକ୍ଷଣ କରିଥିଲେ। ନିରୀକ୍ଷଣ ସମୟରେ ମନ୍ତ୍ରୀ ଡାଃ ମହାପାତ୍ର ନିଜେ ଖାଦ୍ୟ ଚାଖି ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଖାଦ୍ୟରେ ଶାଗ-ସବ୍ଜି ଓ ଡାଲିର ଅଭାବ ଥିବା ସହ ଅଧିକାଂଶ ଖାଦ୍ୟ ପାଣିଯୁକ୍ତ ଥିବାକୁ ସେ ଲକ୍ଷ୍ୟ କରିଥିଲେ। ଏହା ଗ୍ରହଣୀୟ ନୁହେଁ ବୋଲି କହି, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସୁଧାର ନିର୍ଦ୍ଦେଶ ଦେଇଥିଲେ। ଗୁଣମାନରେ ସୁଧାର ନ ହେଲେ ସେମାନଙ୍କୁ ଆହାର କେନ୍ଦ୍ର ପରିଚାଳନା ବାତିଲ କରାଯିବ ବୋଲି ସେ ସତର୍କ କରାଇଥିଲେ ଓ ଏହାକୁ “ପ୍ରଥମ ଓ ଶେଷ ସତର୍କତା” ବୋଲି ସ୍ପଷ୍ଟ କରିଥିଲେ।

ଏହି ଅବସରରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ କୋରାପୁଟ ଜିଲ୍ଲାପାଳ, ପୋଲିସ ଅଧୀକ୍ଷକ, କୋରାପୁଟ ଓ ସୁନାବେଢା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ଗସ୍ତର ଅଂଶ ଭାବେ ମନ୍ତ୍ରୀ ଡାକ୍ତର ମାହାପାତ୍ର କୋରାପୁଟ ଜିଲ୍ଲାର ଚାଲୁଥିବା ବିଭିନ୍ନ ସହରାଞ୍ଚ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ। ସେ ଶୀତକାଳୀନ ଆଶ୍ରୟସ୍ଥଳ ଦର୍ଶନ କରି ସେଠାରେ ରହୁଥିବା ଲୋକଙ୍କ ସହ ଆଲୋଚନା କରି ସୁବିଧା ସୁବିଧା ନେଇ ଖୋଜଖବର ନେଇଥିଲେ। ମନ୍ତ୍ରୀ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ସେ ଗୁଣମାନ, ପାରଦର୍ଶିତା ଓ ଦାୟିତ୍ୱବୋଧ ଉପରେ ଜୋର ଦେଇ ସରକାରୀ ଯୋଜନାର ସୁଫଳ ଯେପରି ସମୟୋପଯୋଗୀ ଭାବେ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚିପାରିବ, ସେଥିପାଇଁ ନିର୍ଦ୍ଦେଶ ଦେଇଥିଲେ I ଗତକାଲି ଜାତୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking