ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରାୟୋଜିତ ଆନ୍ତଃ କଲେଜ କ୍ରିକେଟ ଟୁର୍ନାମେଣ୍ଟ କୁ କଲେଜ ର ଅଧକ୍ଷ ଶରତ କୁମାର ମଲ୍ଲିକ ମୁଖ୍ୟତିଥ ଭାବେ ଯୋଗ ଦେଇ ଖେଳ କୁ ଉଦଘାଟନ କରିଥିଲେ। କ୍ରୀଡା ସଂସଦ ର ଉପସଭାପତି ଡ଼ ଜୀବନ ବନ୍ଧୁ ଦାସ. ଶଶିକାନ୍ତ ଲେଙ୍କା. ପ୍ରଦୋଷ ରଞ୍ଜନ ରାୟ.ରାଧିକା ରଞ୍ଜନ କାନୁନଗୋ. ବିଦ୍ୟାଧର ରାଉତ. ମାଧବ ଦେଉରି. ଅଜୟ ମହାକୁଡ଼. ଅଜୟ ଦାସ. ରଂଜିତ ପହି. ଚିରଶ୍ମିତା ମିଶ୍ର. କ୍ରିଷ୍ଣା ବିତ ରାଉତ. ହରପ୍ରିୟା ନାୟକ. ଭାଗ୍ୟଲସମି ଦାସ. ସୁବାସିନୀ ମିଶ୍ର. ଅତସୀ କୁସୁମ ନାୟକ. ସାଲଖୁ ମାରାଣ୍ଡି. ଶରତ ଜେନା. ମାନସ ପତି.ସ୍ମୁତି ରଞ୍ଜନ ରାଉତ. କଳ୍ପତରୁ ପରିଡା. ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ମ୍ୟାଚ ବନ୍ତଳା କଲେଜ. ଅନୁଗୁଳ ଓ ମା ତାରିଣୀ କଲେଜ ପାଣିକୋଇଲି ମଧ୍ୟ୍ୟରେ ହୋଇଥିଲା. ଟସ ରେ ବିଜୟୀ ହୋଇ ବନ୍ତଳା କଲେଜ ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତି ନେଇଥିଲେ।ନିର୍ଧାରିତ ପନ୍ଦର ଓଭର ରେ ପାଣିକୋଇଲି,,ଦୁଇ ଶହ ଚଉଦ ମାତ୍ର ଏକ ଉଇକେଟ ହରାଇ କରିଥିଲେ। ଦଳ ତରଫରୁ ସୋହେଲ ଖାଁ ବାଉନ ଟି ବଳ ରୁ ଶହେ ପନ୍ଦର ଓ ଅଭିଷେକ କୁମାର ଅନତିରିଶ ବଲ ରୁ ପଂଚାବନ ର ନ କରିଥିଲେ। ଏହାର ଜବାବ ରେ ବନ୍ତଳା କଲେଜ ସମସ୍ତ ଉଇକେଟ ହରାଇ ଛପନ ର ନ କରିଥିଲେ। ମା ତାରିଣୀ କଲେଜ ର ସୋହେଲ ଖାଁ ଙ୍କୁ ତେଜ଼ ହୋଣ୍ଡା ତରଫରୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଥିଲା।ଦ୍ୱତୀୟ ମ୍ୟାଚ କେନ୍ଦ୍ରାପଡ଼ା କଲେଜ ଓ ଧର୍ମଶାଳା କଲେଜ ମଧ୍ୟରେ ହୋଇଥିଲା। ଟସ ରେ ବିଜୟୀ ହୋଇ ଧର୍ମଶାଳା ପ୍ରଥମେ ବ୍ୟାଟିଙ୍ଗ କରିବାର ନିଷ୍ପତି ନେଇଥିଲା।ନିର୍ଧାରିତ ପନ୍ଦର ଓଭର ରେ ୮ ୮ ର ନ ରେ ସମସ୍ତ ଉଇକେଟ ହରାଇଥିଲେ। ଏହାର ଜବାବ ରେ କେଦ୍ରାପଡ଼ା ମାତ୍ର ନ ଅ ଓଭର ରେ ଏକ ଉଇକେଟ ବିନିମୟରେ ୮ ୯ ର ନ କରି ବିଜୟୀ ହୋଇଥିଲେ। କେନ୍ଦ୍ରାପଡ଼ା ର କରଣ କୁମାର ଜେନା ଙ୍କୁ ତେଜ଼ ହୋଣ୍ଡା ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଆଜିର ଖେଳକୁ ପବିତ୍ର ମଲ୍ଲିକ. ଶୁଭମ ବିଶ୍ୱାଳ. ଅନିକେତ ଧୀର. ଶୁଭମ ସିଂ ଓ ନିରଞ୍ଜନ ପୃଷ୍ଟି ପରିଚାଳନା କରିଥିଲେ ।










