25.1 C
Bhubaneswar
Thursday, February 5, 2026
Homeଓଡିଶାଦୁର୍ଘଟଣାରେ ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ

ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ

ଯାଜପୁରୋଡ: ୫୩ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ଡ଼ୁବୁରୀ ରାସ୍ତାରେ ଆଜି ସନ୍ଧ୍ୟାରେ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ଯଖପୁରା ଥାନା ଅନ୍ତର୍ଗତ ପଙ୍କପାଳ ଗ୍ରାମର ମହେଶ୍ୱର ଦଳାଇଙ୍କ ପୁଅ ଜନ୍ମେଜୟ ଦଳାଇ(୨୮) ହୋଇଥିବାବେଳେ ପୁତ୍ରବଧୂ ବୈଶାଳୀ ଦଳାଇ(୨୩)ଙ୍କ ମୃତ୍ୟୁ ଘଟିଥିବାବେଳେ ୬ ମାସର ଶିଶୁ ପୁତ୍ର ବଞ୍ôଚଯାଇଛି। ପ୍ରକାଶ, ୬ ମାସ ଶିଶୁ ପୁତ୍ରର ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ଉଭୟ ସ୍ୱାମୀ, ସ୍ତ୍ରୀ କବାଟବନ୍ଧ ଡାକ୍ତରଖାନାକୁ ଯାଇଥିଲେ। ମୋଟର ସାଇକେଲ ଯୋଗେ ଡାକ୍ତରଖାନାରୁ ଘରକୁ ଫେରିବା ସମୟରେ ପଙ୍କପାଳ ବଙ୍ଗଳା ଛକ ଓ କବାଟବନ୍ଧ ବ୍ରାହ୍ମଣୀ ବ୍ରିଜ୍ ମଧ୍ୟ ସ୍ଥଳରେ ଏକ ଦଶ ଚକିଆ ଗାଡ଼ି ତାଙ୍କ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ମାତ୍ର ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ କୋଳରେ ଥିବା ୬ମାସ ଶିଶୁ ପୁତ୍ର ଅଳ୍ପକେ ରକ୍ଷା ପାଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking