ଭଦ୍ରକ: ଭଦ୍ରକ ଟାଉନ ଥାନା ପୁଲିସର ଏନକାଉଣ୍ଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ରମାକାନ୍ତ ଦାସ ଆହତ ହୋଇଛନ୍ତି । ଭଦ୍ରକ ମେଡିକାଲରେ ଚାଲିଛି ଚିକିତ୍ସା । ସୋମବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ହୋଇଛି । ଚରମ୍ପାମାଲ ଗୋଦାମ ନିକଟରେ ଦୁଇ ଅପରାଧୀ ଡକାୟତ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ରେଡ କରିଥିଲା । ଏହି ସମୟରେ କମଳାକାନ୍ତ ପୁଲିସ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲା । ପୁଲିସର ପାଲଟା ଗୁଳିରେ କମଳାକାନ୍ତଙ୍କ ଗୋଡରେ ବାଜି ସେ ଆହତ ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅପରାଧୀଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ସହ ୪ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ବୁଦ୍ଧିଆଙ୍କ ନାଁରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି ।










