22.1 C
Bhubaneswar
Friday, February 13, 2026
Homeଓଡିଶାମାଲକାନଗିରିରେ ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରିରେ ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରି: ମାଲକାନଗିରିରେ ବଢିଲା ଇଣ୍ଟରନେଟ୍ କଟକଣା। ମାଲକାନଗିରିରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି । ଆଜି ଦିନ ୧୨ଟା ଯାଏଁ କଟକଣା ଥିଲା। ଏମଭି ୨୬ ଗାଁରେ ସଂଘର୍ଷ ପରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ, ଗତ ୪ ତାରିଖରେ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଥିଲା। କିନ୍ତୁ ଶବ ଜବତ ହୋଇଥିଲେ ବି କଟାମୁଣ୍ଡ ମିଳୁନଥିବାରୁ ଏମଭି- ୨୬ ରାଖେଲଗୁଡା ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ  ଲାଗି ରହିଥିଲା । ଏହି ସମୟରେ ପୋଲିସ ବିଏନଏସ ଧାରା ଲଗୁ ହେବା ସହ ୨୪ ଘଣ୍ଟା ପାଇଁ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲ।। ପରିସ୍ଥିତି ଆହୁରି ଉତ୍ତେଜନା ହେବାରୁ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ କଟକଣା ଲାଗୁ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳକୁ ପରିଦର୍ଶନ ପାଇଁ ଡିଜି ୱାଇ ବି ଖୁରାନିଆ ପରିଦର୍ଶନ କରିଥିଲେ।

ମିଳିଲା ମହିଳାଙ୍କ କଟାମୁଣ୍ଡ!

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking