29.1 C
Bhubaneswar
Sunday, January 25, 2026
Homeଓଡିଶାଏସୟୁସିଆଇ ପକ୍ଷରୁ ବ୍ୟାସନଗର ତହସିଲ ସମ୍ମୁଖରେ ବିକ୍ଷୋଭ

ଏସୟୁସିଆଇ ପକ୍ଷରୁ ବ୍ୟାସନଗର ତହସିଲ ସମ୍ମୁଖରେ ବିକ୍ଷୋଭ

ଯାଜପୁର: ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ବ୍ୟାସନଗର ତହସିଲ ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି ।ସ୍ଥାନୀୟ ଗୋପବନ୍ଧୁ ଛକରୁ ବିକ୍ଷୋଭକାରିମାନେ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଯଥା ଶିକ୍ଷାନୁଷ୍ଠାନ ମାନଙ୍କରେ ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ କର, ,ବନ୍ଦ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଚାଲୁକର,ଜନଗଣଙ୍କୁ ଦଖଲି କୃତ ଜମିର ପଟ୍ଟା ଯୋଗାଇ ଦିଅ, ଡାକ୍ତରଖାନା ରେ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ କର ,ମଦ ଡ୍ରଗସକୁ ସମ୍ପୂର୍ଣ୍ଣ ବନ୍ଦ କର, ଗୋଳେଇପୁର ପଞ୍ଚାୟତ ର କେଳାଗଡିଆ ଗ୍ରାମକୁ ରାସ୍ତା ଯୋଗାଇ ଦିଅ ଆଦି ସ୍ଲୋଗାନ ଦେଇ ତହସିଲ ସମ୍ମୁଖରେ ପହଞ୍ଚିଥିଲେ ।ସେଠାରେ ପାର୍ଟି ରଜ୍ୟକମିଟି ସଭ୍ୟ କେଦାରନାଥ ସାହୁଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ପାର୍ଟି ଜିଲ୍ଲା କମିଟି ସଭ୍ୟ ନିରୁପମା ବେହେରା,କୋରେଇ ଆଞ୍ଚଳିକ କମିଟି ସମ୍ପାଦକ ମେଘନାଦ ମଲ୍ଲିକ ,ସଂଗଠକ ଅଲେଖ ମଲ୍ଲିକ,ଶରତ ଜେନା,ରାମଚନ୍ଦ୍ର ମଲ୍ଲିକ ,ବିଜୟ ସେନ ପ୍ରଭୃତି ବକ୍ତବ୍ୟ ରଖି ସରକାରଙ୍କ ଜନ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ ।ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ପାଞ୍ଚ ଦଫା ଦାବିସମ୍ବଳିତ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking