25.1 C
Bhubaneswar
Wednesday, December 10, 2025
Homeଓଡିଶାମିଳିଲା ମହିଳାଙ୍କ କଟାମୁଣ୍ଡ!

ମିଳିଲା ମହିଳାଙ୍କ କଟାମୁଣ୍ଡ!

ମାଲକାନଗିରି: ମାଲକାନଗିରି ରାଖେଲ ଗୁଡାରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାର ତଦନ୍ତ ବେଳେ ପୁଲିସକୁ ମିଳିଛି କଟା ମୁଣ୍ଡ । କନ୍ୟାଆଶ୍ରମ ନିକଟ ପୁଟେରୁ ନଦୀକୂଳରୁ  କଟା ମୁଣ୍ଡ ଜବତ ହୋଇଛି । ଗତ ୪ ତାରିଖରେ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ପରେ ଆଜି  କଟାମୁଣ୍ଡ ଉଦ୍ଧାର ହୋଇଛି । ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମହିଳାଙ୍କ କଟାମୁଣ୍ଡ ପାଇଛି ପୋଲିସ। ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ  କଟାମୁଣ୍ଡ ଉଦ୍ଧାର ହୋଇଛି । ହତ୍ୟାକାଣ୍ଡ ପରେ ଶବ ଜବତ ହୋଇଥିଲେ ବି କଟାମୁଣ୍ଡ ମିଳୁନଥିବାରୁ ଏମଭି- ୨୬ ରାଖେଲଗୁଡା ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ  ଲାଗି ରହିଛି । ପୂର୍ବରୁ  ଏମଭି ଗାଁରେ ଲୋକମାନେ ଭଙ୍ଗାରୁଜା ପୋଡାଜଳା କରିଛନ୍ତି ଅସ୍ତ୍ରଶସ୍ତ୍ରଧାରୀ ଲୋକେ । ବିଏନଏସ ଧାରା ଲଗୁ ହେବା ସହ  ୨୪ ଘଣ୍ଟା ପାଇଁ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲ।। ପରିସ୍ଥିତି ଆହୁରି ଉତ୍ତେଜନା ହେବାରୁ  ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ  କଟକଣା ଲାଗୁ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳକୁ  ପରିଦର୍ଶନ ପାଇଁ ଡିଜି ୱାଇ ବି ଖୁରାନିଆ  ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking