19.1 C
Bhubaneswar
Tuesday, February 3, 2026
Homeଓଡିଶା୧୨ ଯାଏଁ ହାଡ଼ଭଙ୍ଗା ଶୀତ ;୧୦ ଡିଗ୍ରୀ ତଳେ ୧୧ ସହର

୧୨ ଯାଏଁ ହାଡ଼ଭଙ୍ଗା ଶୀତ ;୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ଲହରି ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏଁ ଶୀତ ଲହରି ଜାରି ରହିବ। ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁଗୁଡା ୩ ଜିଲ୍ଲାକୁ କୋଲଡ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୧୦ରୁ କୋରାପୁଟ, କନ୍ଧମାଳ ,କଳାହାଣ୍ଡି ,ସୋନପୁର ,ଅନୁଗୁଳ, ସୁନ୍ଦରଗଡ, ଝାରସୁଗୁଡା ,କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ୧୨ ତାରିଖ ଯାଏଁ ପ୍ରବଳ ଶୀତ ଅନୁଭୂତ ହେବ। ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଥିବା ବେଳେ ଆହୁରି ୪୮ ଘଣ୍ଟା ଘନ କୁହୁଡ଼ିର ପ୍ରଭାବ ରହିବ। ଘନ କୁହୁଡ଼ିର ଦୃଶ୍ୟମାନକୁ ନେଇ କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରିବା ସହ ଯାତାୟାତ ପାଇଁ ସତର୍କତା ଜାରି କରିଛି ବିଭାଗ। ଅପରପକ୍ଷେ ଆସନ୍ତା ୭ ଦିନ ଦିନ ଯାଏଁ ପାଗ ଶୁଖିଲା ରହିବ। ରାଜ୍ୟରେ ଶୀତ ଜାରି ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୧ ସହରରେ ୧୦ ଡିଗ୍ରୀ ତଳେ ରହିଛି ସର୍ବନିମ୍ନ ତାପମାତ୍ରା। ଜି. ଉଦୟଗିରି ୪.୩ଂ, ସେମିଳିଗୁଡା ୪.୬ଂ, ଫୁଲବାଣୀ ୭.୨ଂ, ଝାରସୁଗୁଡ଼ା ୭.୪ଂ , ଦାରିଙ୍ଗବାଡ଼ି ୭.୫ଂ , ରାଉରକେଲା ୭.୬ଂ , ଚିପିଲିମା ୮ଂ, ଅନୁଗୁଳ ୮ଂ, କିରେଇ ୮.୯ଂ, ଭବାନୀପାଟଣା ୯ଂ ଓ ନବରଙ୍ଗପୁରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking