ଭୁବନେଶ୍ୱର: ଓଲିଉଡର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଅସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍ସର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ ଜରୁରୀ କାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଲିଭର ସମସ୍ୟା ସହିତ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟେଙ୍ଗ ଅଚଳ ହୋଇପଡିଛି । ତାଙ୍କ ଚିକିତ୍ସା ଚାଲିଛି କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ । ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ହ୍ୟୁମାନ । ଆଗାମୀ ୭୨ ଘଣ୍ଟା ହ୍ୟୁମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । ତେଣୁ ସାହାଯ୍ୟ ପାଇଁ ସରକାରଙ୍କୁ କାନ୍ଦି କାନ୍ଦି ଅନୁରଧ କରିଛନ୍ତି ହ୍ୟୁମାନଙ୍କ ମାଆ । ମିଳିଥିବା ସୂଚନା ଅନୁସାରେ ତାଙ୍କୁ ବାହାର ରାଜ୍ୟ କିମ୍ବା ଦିଲ୍ଲୀକୁ ଏୟାରଲିଫ୍ଟ କରାଯାଇପାରେ । ଗଲା କିଛି ଦିନ ଧରି ଲିଭର ସମସ୍ୟାରେ ସେ ପୀଡିତ ଥିଲେ । ତଥାପି କିଛି ଷ୍ଟେଜ ଶୋରେ ଦେଖିବାକୁ ମିଳିଥିଲା । ଓଡିଆ ଜଗତର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ହ୍ୟୁମାନ । ବିଶେଷ କରି ଯୁବପିଢିଙ୍କର ବେଶ ପସନ୍ଦ ହେଉଛନ୍ତି ହ୍ୟୁମାନ ।










