27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶବିହାର ନିର୍ବାଚନ: ବିହାରରେ ମ୍ୟାଜିକ ନମ୍ବରରୁ ଆଗରେ ଏନଡିଏ  

ବିହାର ନିର୍ବାଚନ: ବିହାରରେ ମ୍ୟାଜିକ ନମ୍ବରରୁ ଆଗରେ ଏନଡିଏ  

ବିହାର: ବିହାର ବିଧାନସଭା ନିର୍ବାଚନରେ ​​୨୪୩ ଆସନ ପାଇଁ ଚାଲିଛି। ବିହାରରେ ମ୍ୟାଜିକ ନମ୍ବରରୁ ବହୁ ଆଗରେ ରହିଛି ଏନଡିଏ। ୨୪୩ ଆସନରୁ ୧୯୪ ଆସନରେ ଆଗରେ ରହିଛି ଏନଡିଏ। ୫୦ ତଳକୁ ଖସିଲା ମହାଗଠବନ୍ଧନ। ୪୫ ଆସନରେ ମହାଗଠବନ୍ଧନ ଆଗୁଆ। କଂଗ୍ରେସ ମାତ୍ର ୫ଟି ଆସନରେ ଆଗୁଆ ରହିଛି। ଗୋଟିଏ ବି ଆସନରେ ଆଗୁଆ ନାହିଁ ପ୍ରଶାନ୍ତ କିଶୋରଙ୍କ ଦଳ। ଅନ୍ୟପଟେ, ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ବିହାରର ବୈଶାଳୀ ଜିଲ୍ଲାର ରାଘୋପୁର ଆସନରେ ପଛରେ ପଡ଼ିଯାଇଛନ୍ତି। ନିର୍ବାଚନ କମିଶନ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ, ବିଜେପି ପ୍ରାର୍ଥୀ ସତୀଶ କୁମାର ରାଘୋପୁର ଆସନରେ ଆଗୁଆ ଥିବାବେଳେ ଆରଜେଡିର ତେଜସ୍ୱୀ ଯାଦବ ପ୍ରାୟ ୧,୨୭୩ ଭୋଟରେ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ମହୁଆ ବିଧାନସଭା ଆସନରେ ତେଜ ପ୍ରତାପ ଯାଦବ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଚିରାଗ ପାସୱାନଙ୍କ ପ୍ରାର୍ଥୀ ସଞ୍ଜୟ କୁମାର ସିଂହ ଏହି ଆସନରେ ଆଗରେ ଅଛନ୍ତି। ଆରଜେଡିର ମୁକେଶ କୁମାର ରୋଶନ ଦ୍ୱିତୀୟ ସ୍ଥାନରେ, ଏଆଇଏମଆଇଏମର ଅମିତ କୁମାର ତୃତୀୟ ସ୍ଥାନରେ ଏବଂ ଜନଶକ୍ତି ଜନତା ଦଳର ତେଜ ପ୍ରତାପ ଯାଦବ ଚତୁର୍ଥ ସ୍ଥାନରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking