କଟକ: କଟକ ବାଲିଯାତ୍ରାକୁ ନେଇ ଆସିଲା ଖୁସି ଖବର । ପର୍ଯ୍ୟଟକଙ୍କୁ ବାଲିଯାତ୍ରା ବୁଲିବା ପାଇଁ ମିଳିଲା ଆଉ ଗୋଟିଏ ଦିନ ।କଟକ ବାଲିଯାତ୍ରା ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ପାଇଛି । ଅବଧି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଆଜି ପରିବର୍ତ୍ତେ ଆସନ୍ତାକାଲି ଉଦ୍ଯାପିତ ହେବ ବାଲିଯାତ୍ରା । ଲୋକଙ୍କ ଆଗ୍ରହ ଓ ବ୍ୟବସାୟୀଙ୍କ କାରବାରକୁ ନଜରରେ ରଖି ଅବଧି ବୃଦ୍ଧି ପାଇଛି । ପୂର୍ବରୁ ନଭେମ୍ବର ୫ରୁ ନଭେମ୍ବର ୧୨ ଯାଏଁ ବାଲିଯାତ୍ରା ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଆଜି ଗୋଟିଏ ଦିନ ବୃଦ୍ଧି କରାଯାଇ ନଭେମ୍ବର ୧୩ରେ ସରୁଛି ବାଲିଯାତ୍ରା ।










