15.1 C
Bhubaneswar
Saturday, December 6, 2025
Homeଓଡିଶାଘାଟିରେ ଅଟୋ ଓଲଟି ୧୩ ଆହତ

ଘାଟିରେ ଅଟୋ ଓଲଟି ୧୩ ଆହତ

ଝଗଡାପଲ୍ଲୀ: ଗଞ୍ଜାମ – ଗଜପତି ସୀମାନ୍ତ ଝଗଡାପଲ୍ଲୀ ନିକଟ ଘାଟିରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଘାଟିରେ ଘଟିଥିବା ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ଭିତରୁ ୪ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍‌କେସିଜି ସ୍ଥାନାନ୍ତର କରାଯାଇଛି । ପାତ୍ରପୁର ତୁରିବୁଡି ପଞ୍ଚାୟତ କୁମ୍ଭିଖାଲକୁ ଭୋଜିରେ ଯୋଗ ଦେବାକୁ ଆସୁଥିଲେ । ଏହି ସମୟରେ ବାଟରେ ନିୟନ୍ତ୍ରଣ ହରାଇ ଅଟୋଟି ଏଲଟି ପଡିଥିଲା । ଯାହାଫଳରେ ୧୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking