ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସର ଲ୍ୟାବ ଆସିଷ୍ଟାଣ୍ଡ ସୁଧାଂଶୁ ଖୁଣ୍ଟିଆଙ୍କ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ । ହତ୍ୟାକାଣ୍ଡର ୨୮ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ସହାଶିବ ପ୍ରଧାନ ଓରଫ ଶିବା ବୋଲି ଚିହ୍ନଟ କରାଯାଇଛି । ସେ ରାଜ୍ୟରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ଧରିଛି । ଅଭିଯୁକ୍ତଠାରୁ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଖଣ୍ଡଗିରି ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ସୁଧାଂଶୁ ଅକ୍ଟୋବର ୧୩ ତାରିଖରେ ସକାଳେ କାମକୁ ଯାଉଥିବା ବେଳେ ସାରାକଣ୍ଟାରା ଗାଁରେ ଦୀର୍ଘ ସମୟ ଧରି ଅଭିଯୁକ୍ତମାନଙ୍କ ସହ ଜମି ବିବାଦକୁ ନେଇ ଝଗଡା ହୋଇଥିଲା । ଏହି ଝଗଡା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୂର୍ବରୁ ଖଣ୍ଡଗିରି ପୋଲିସ ଅପରାଧରେ ସମ୍ପୃକ୍ତି ଥିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଥିଲା। ଆଜି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁକାନ୍ତ ପ୍ରଧାନ, ସୁଭେନ୍ଦୁ ପ୍ରଧାନ, ରାକେଶ ଖୁଣ୍ଟିଆ ଏବଂ ସୁବ୍ରତ ସାହୋ । ସେମାନଙ୍କଠାରୁ ଅପରାଧର ଅସ୍ତ୍ର, ବନ୍ଧୁକ ମଧ୍ୟ ଜବତ କରାଯାଇଛି ।









