ଭୁବନେଶ୍ୱର: ଓଡିଶା ସମେତ କିଛି ରାଜ୍ୟରେ ଚାଲିବ ହାଇଡ୍ରୋଜେନ ଗାଡି । ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ନିତୀନ ଗଡକରୀ ଘୋଷଣା କରିଛନ୍ତି । କହିଛନ୍ତି, ପାଇଲଟ ପ୍ରୋଜେକ୍ଟରରେ ଓଡିଶା ସମେତ କିଛି ରାଜ୍ୟରେ ଚାଲିବ । ହାଇଡ୍ରୋଜେନ ଆମେ ପ୍ରସ୍ତୁତ କରୁଛୁ । ଏହା ହେଉଛି ଭବିଷ୍ୟତ । ଦେଶର ଚାଷୀ କେବର ଅନ୍ନଦାତା ନୁହଁନ୍ତି ଇନ୍ଧନଦାତା ନୁହଁନ୍ତି । ଏବେ ଚାଷୀ ଇଥାନାଲ ପ୍ରସ୍ତୁତ କରୁଛନ୍ତି, ନଡା ଓ ବାଉଁଶରୁ ଇନ୍ଧନ ପ୍ରସ୍ତୁତ ହେଉଛି । ଏହାକୁ ଓଡିଶା ସରକାର ପ୍ରୋତ୍ସାହନ କରିବା ଉଚିତ ।










