26.1 C
Bhubaneswar
Sunday, May 3, 2026
Homeଓଡିଶାଦରଦାମ ବୃଦ୍ଧିରେ ଦହଗଞ୍ଜ ଖାଉଟି: ବିଜେଡି

ଦରଦାମ ବୃଦ୍ଧିରେ ଦହଗଞ୍ଜ ଖାଉଟି: ବିଜେଡି

ପୁଣି ବଢାଇଲେ କ୍ଷୀର ଦର, ଚିନ୍ତାରେ ଖାଉଟି
ଓମ୍ଫେଡ ଦୁଗ୍ଧ ଦର ବୃଦ୍ଧିରେ ଚାଷୀ ହତାଶ
ଗ୍ୟାସ ଦରବୃଦ୍ଧି, ଗୃହିଣୀଙ୍କ ହାଣ୍ଡିଶାଳକୁ ମାଡ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଓମ୍ଫେଡ୍ ଦୁଗ୍ଧ ପ୍ରତି ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି । ଯେଉଁଥିରେ ମାତ୍ର ୧ ଟଙ୍କା ଚାଷୀ ଉପକୃତ ହୋଇଥିଲା ବେଳେ ଆଉ ତିନି ଟଙ୍କା ସରକାର ଚାଲାଖି କରି ନିଜ ତହବିଲକୁ ନେଉଛନ୍ତି, ଯାହାକୁ କଡା ସମାଲୋଚନା କରିଛି ବିଜୁ ଜନତା ଦଳ । ଦର ବୃଦ୍ଧି କରି ସାଧାରଣ ଖାଉଟିକୁ ହସ୍ତସନ୍ତ କଲାଣି ଏ ଡବଲ ଇଂଜିନ ସରକାର ।
ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ ବିଜେପି ସରକାର ଉପରେ ବର୍ଷିଛନ୍ତି ।

ଡ. ମହାନ୍ତି କହିଛନ୍ତି, ସରକାର ଓମ୍ଫେଡ୍ ଦୁଗ୍ଧ ଲିଟର ପିଛା ୪ଟଙ୍କା ବୃଦ୍ଧି କରିଛନ୍ତି । ଏଥିରେ ମାତ୍ର ୧ ଟଙ୍କା ଦୁଗ୍ଧ ଚାଷୀମାନେ ଉପକୃତ ହୋଇଥିଲା ବେଳେ ଆଉ ୩ ଟଙ୍କା ରାଜ୍ୟ ସରକାର ଲାଭବାନ ହେଉଛନ୍ତି । ସରକାର ଚାଲାଖି କରି ଦୁଇ ଦିନ ତଳେ ଦୁଗ୍ଧ ଚାଷୀମାନଙ୍କୁ ଲିଟର ପିଛା ୧ ଟଙ୍କା ଦେବା ପାଇଁ ଖବର କାଗଜରେ ବିଜ୍ଞାପନ ପ୍ରକାଶ କରି ବାହାବା ନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଆଜି ସରକାରଙ୍କ ଅସଲ ଉଦେ୍ଦଶ୍ୟ ସର୍ବସମ୍ମୁଖକୁ ଆସିଛି । ୧ ଟଙ୍କା ଚାଷୀଙ୍କୁ ଦେବା ବାହାନାରେ ୪ ଟଙ୍କା ସାଧାରଣ ଖାଉଟିଙ୍କୁ ଲୁଟିଛନ୍ତି । ସରକାର ବୃଦ୍ଧି କରିଥିବା ସମସ୍ତ ୪ ଟଙ୍କା ଦୁଗ୍ଧ ଚାଷୀଙ୍କୁ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି । ଅନ୍ୟପଟେ ଗ୍ୟାସ୍ ଦର ବୃଦ୍ଧି ସାଧାରଣ ଜନତାଙ୍କୁ ଅଣାୟତ୍ତ କରିସାରିଲାଣି । ବିଗତ ୬ ମାସରେ ୪ ଥର ଗ୍ୟାସ୍ ଦର ବୃଦ୍ଧି ‘ବେଡି ଉପରେ କୋରଡା ମାଡ’ ସଦୃଶ୍ୟ । ଏହା ଲୋକଙ୍କ ଦୈନନ୍ଦିନ ଜୀବନରେ ଆର୍ଥିକ ବୋଝ ବଢାଇବାରେ ଲାଗିଛି ।

ସେହିପରି ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ଓମ୍ଫେଡ୍ ଦର ବୃଦ୍ଧି ଓ ଗ୍ୟାସ ଦର ବୃଦ୍ଧି ଯୋଗୁ ସାଧାରଣ ଛାତ୍ରଟିଏ ଚା’ କପ ଟିଏ ୫ ଟଙ୍କାରେ ପିଉଥିଲା ବେଳେ ୨୦ ଟଙ୍କାରେ ଜଳିଖିଆ ଖାଉଥିଲା । କିନ୍ତୁ ଆଜି ସରକାରଙ୍କ ଏହି ଦର ବୃଦ୍ଧି ଯୋଗୁ, ସାଧାରଣ ଛାତ୍ରଟିଏ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ସରକାର ଦରବୃଦ୍ଧିକୁ ତୁରନ୍ତ ନିୟନ୍ତ୍ରଣକୁ ଆଣନ୍ତୁ, ନଚେତ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ଏହାର ଦୃଢ ବିରୋଧ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking