32.1 C
Bhubaneswar
Thursday, September 3, 2026
Homeଓଡିଶାଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ଜାମିନ

ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ଜାମିନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁଙ୍କୁ ମିଳିଲା ଜାମିନ । ଭୀମସେନ ପ୍ରସାଦ ଟୁଡୁଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୫୦ ହଜାର ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର ହୋଇଛି ।ଗତ ଜୁନ ମାସରେ କାଠଯୋଡୀ ନଦୀରୁ ମିଳିଥିଲା ଚନ୍ଦ୍ରିକାଙ୍କର ମୃତଦେହ । ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ବନ୍ଧା ହୋଇଥିଲେ ଅଭିଯୁକ୍ତ ଭୀମସେନ । ତାଙ୍କୁ ଦୁଇ ଦିନ ରିମାଣ୍ଡରେ ନେଇ ତଦନ୍ତ କରିଥିଲା ପୋଲିସ । ଜେରା ସମୟରେ ସତ ସତ ମାନିଥିଲେ ଭୀମସେନ । ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଭୀମସେନଙ୍କ ମଧ୍ୟରେ ଶେଷ ଦେଖା ହୋଇପଡିଥିବା ଜଣାପଡିଥିଲା । ଭୁବନେଶ୍ୱରରେ ରହିବା ସମୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ସ୍ୱୀକାର କରିଥିଲେ ଭୀମସେନ । ଭୀମସେନ ବିବାହ ପାଇଁ ସିଧାସଳଖ ମନା କରିଥିବା ଅଭିଯୋଗ ମଧ୍ୟ ତଦନ୍ତ ବେଳେ ସ୍ପଷ୍ଟ ହୋଇଥିଲା । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭୀମସେନ ଟୁଡୁ ଚାକିରୀରୁ ବହିଷ୍କୃତ ହୋଇଥିଲେ । ଭବିଷ୍ୟତରେ ମଧ୍ୟ ସେ ଆଉ କୌଣସି ପ୍ରକାରେ ସରକାରୀ ଚାକିରୀ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking