22.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶଗାୟିକା ଶାରଦା ସିହ୍ନାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଗାୟିକା ଶାରଦା ସିହ୍ନାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧୁବାର ଦିନ ଦିବଂଗତ ଲୋକ ଗାୟିକା ଶାରଦା ସିହ୍ନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ର ମୋଦୀ ବିହାରର ସମୃଦ୍ଧ କଲା ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ପାଇଁ ତାଙ୍କ ଅବଦାନକୁ ମନେ ପକାଇଛନ୍ତି। ଶାରଦା ସିହ୍ନା “ବିହାର କୋକିଲା” ଭାବରେ ଜଣାଶୁଣା। ତାଙ୍କ ସରକାରୀ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ମୋଦୀ ଲେଖିଛନ୍ତି, “ବିହାର କୋକିଲା ଶାରଦା ସିହ୍ନାଜୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳୀ।”  ତାଙ୍କର ଅଲିଭା ସ୍ମୃତିକୁ ମନେ ପକାଇ ମୋଦୀ କହିଛନ୍ତି, “ସେ ଲୋକଗୀତ ମାଧ୍ୟମରେ ବିହାରର କଳା ଏବଂ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଥିଲେ, ଯାହା ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ। ମହାନ ପର୍ବ ଛଟ୍ ସହିତ ଜଡିତ ତାଙ୍କର ସୁମଧୁର ଗୀତଗୁଡ଼ିକ ସବୁବେଳେ ଲୋକଙ୍କ ହୃଦୟରେ ରହିବ।”

ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନା ପାରମ୍ପରିକ ବିହାରୀ ଲୋକଗୀତ, ବିଶେଷକରି ଛଟ୍ ପୂଜାର ମୁଖ୍ୟ ଗୀତଗୁଡ଼ିକରେ ତାଙ୍କର ଆତ୍ମାପୂର୍ଣ୍ଣ ପରିବେଷଣ ପାଇଁ ପ୍ରସିଦ୍ଧ ଥିଲେ। ତାଙ୍କର କାଳଜୟୀ ସଙ୍ଗୀତ ପିଢ଼ି ପରେ ପିଢ଼ି ଶ୍ରୋତାଙ୍କୁ ଛୁଇଁଛି ଏବଂ ତାଙ୍କୁ “ବିହାର କୋକିଲା” ଭାବରେ ଜଣାଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking