22.1 C
Bhubaneswar
Friday, February 13, 2026
Homeଓଡିଶାଜଳ ସମ୍ପଦ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଜଳ ସମ୍ପଦ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜଳ ସମ୍ପଦ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନମାଝୀ ।  ଉନ୍ନୟନ କମିଶନର ଓ ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ହାଇଡ୍ରୋ ଲୋଜିକାଲ ଡାଟା ଶେଣ୍ଟରର ସମୀକ୍ଷା କରିଛନ୍ତି ।  ମୌସୁମୀ ଓ ବାତ୍ୟା ପରେ ଡ୍ୟାମର ସ୍ଥିତି କିପରି ରହିଛି ତଥ୍ୟ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଜଳ ସମ୍ପଦ ବିଭାଗର କାର‌୍ୟ୍ୟକ୍ରମ ଓ ଯୋଜନାର ବି ସମୀକ୍ଷା କରିଛନ୍ତି । ତେବେ ଡ୍ୟାମ, ନଦୀବନ୍ଧ, ଜଳ ସମ୍ପଦର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଚଳଚଞ୍ଚଳ ହେବ ରାଜୀବ ଭବନ ଆଉ ସ୍ମାର୍ଟ ହେବ କାର‌୍ୟ୍ୟାଳୟ । ବିଭାଗର ଅଧିକାରୀମାନେ ଭଲ କାମ କରୁଛନ୍ତି। ରାଜ୍ୟ ସରକାରଙ୍କ ଟାର୍ଗେଟ ୧୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ପାଇଁ ମିଶନ ମୋଡରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଧିକରୁ ଅଧିକ ଜଳ ସଂରକ୍ଷଣ ପାଇଁ ବିଭାଗୀୟ ମନ୍ତ୍ରୀ ଭାବେ ବିଭାଗକୁ ପରାମର୍ଶ ମଧ୍ୟ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking