ନୂଆଦିଲ୍ଲୀ: ସୋମବାର ଭାରତୀୟ ନିର୍ବାଚନ କମିଶନ ମହାରାଷ୍ଟ୍ର ବିଧାନ ପରିଷଦର ୧୬ଟି ଆସନ ପାଇଁ ନିର୍ବାଚନ ଘୋଷଣା କରିଛନ୍ତି । ଜୁନ ୧୮ରେ ମତଦାନ ଏବଂ ଜୁନ ୨୨ରେ ଭୋଟ ଗଣତି ହେବ । କମିଶନ କହିଛନ୍ତି ଯେ, ମହାରାଷ୍ଟ୍ରର ୧୬ଟି ସ୍ଥାନୀୟ ପ୍ରାଧିକରଣ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ସଦସ୍ୟଙ୍କ କାର୍ଯ୍ୟକାଳ ୨୦୨୨ରୁ ୨୦୨୫ ମଧ୍ୟରେ ବିଭିନ୍ନ ସମୟରେ ସମାପ୍ତ ହୋଇଯାଇଛି । ବିଜ୍ଞପ୍ତି, ମେ ୨୫ ୨୦୨୬ରେ ଜାରି କରାଯିବ । ନାମାଙ୍କନ ଦାଖଲର ଶେଷ ତାରିଖ ଜୁନ୧ ରେ ହେବ, ସେହିପରି ନାମାଙ୍କନ ପତ୍ର ଯାଞ୍ଚ ଜୁନ ୨ରେ ହେବ । ଜୁନ ୪ ତାରିଖ ଯାଏଁ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରାଯିବ । ସମସ୍ତ ୧୬ଟି ଆସନ ପାଇଁ ଜୁନ ୧୮ ତାରିଖ ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ମତଦାନ କରାଯିବ । ଜୁନ ୨୫ ସୁଦ୍ଧା ସମ୍ପୁର୍ଣ୍ଣ ନିର୍ବାଚନ ଶଷ ହେବ । ନିର୍ବାଚନ ସଂସ୍ଥା ନାଗପୁର ସ୍ଥାନୀୟ ପ୍ରାଧିକରଣ ନିର୍ବାଚନମଣ୍ଡଳୀରୁ ମହାରାଷ୍ଟ୍ର ବିଧାନ ପରିଷଦ ପାଇଁ ଏକ ଉପନିର୍ବାଚନ ଘୋଷଣା କରିଛି। କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ୍ 18 ରେ ମତଦାନ ହେବ ଏବଂ ଫଳାଫଳ ଜୁନ୍ 22 ରେ ଘୋଷଣା କରାଯିବ। ନଭେମ୍ବର 2024ରେ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହେବା ପରେ ଚନ୍ଦ୍ରଶେଖର ବାୱଙ୍କୁଲେ ଏହି ଆସନ ଖାଲି କରିବା ପରେ ଏହି ପଦବୀ ଖାଲି ପଡ଼ିଥିଲା।










