35.1 C
Bhubaneswar
Monday, May 18, 2026
Homeଓଡିଶାରାଜ୍ୟରେ ଭୀଷଣ ଗରମ ଓ ଗୁଳୁଗୁଳିରେ ଅନୁଭୂତ

ରାଜ୍ୟରେ ଭୀଷଣ ଗରମ ଓ ଗୁଳୁଗୁଳିରେ ଅନୁଭୂତ

ଭୁବନେଶ୍ୱର: ଆସନ୍ତା ଦୁଇ ଦିନରେ ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ତାତି ୪୩ ଡିଗ୍ରୀ ଛୁଇଁପାରେ । ଭୀଷଣ ଗରମ ଓ ଗୁଳୁଗୁଳିରେ ଅନୁଭୂତ ହେବ । ଝାରସୁଗୁଡା, ସମ୍ବଲପୁର ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ଟିଟିଲାଗଡରେ ନିଆଁ ବର୍ଷିବ । ଆସନ୍ତା ୨୦ ତାରିଖ ଯାଏ ଏଭଳି ତାତି ନାକେଦମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଗାମୀ ୩ରୁ ୪ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ପୂର୍ବାନୁମାନ ରହିଛି । କେବଳ ପଶ୍ଚିମ ବା ଆଭ୍ୟନ୍ତରୀଣ ନୁହେଁ, ଉପକୂଳ ଓଡିଶାରେ ବି ୪୦ ଡିଗ୍ରୀ ଟପିବ । ଓଡିଶା ପାଇଁ ହିଟ ୱେଭ ସତର୍କତା ମଧ୍ୟ ପ୍ରଚଣ୍ଡ ତାତି ଅନୁଭୂତ ହେବ । ତେବେ ଆସନ୍ତା ୨୩ ତାରିଖ ଯାଏଁ ରାଜସ୍ଥାନ, ପଞ୍ଜାବ, ହରିଆନା, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ହିଟ ୱେଭ ସ୍ଥିତି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking