33.1 C
Bhubaneswar
Sunday, September 6, 2026
Homeଦେଶ ବିଦେଶବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନକୁ ଜାତିସଂଘର ସ୍ୱୀକୃତୀ

ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନକୁ ଜାତିସଂଘର ସ୍ୱୀକୃତୀ

ନୂଆଦିଲ୍ଲୀ: ବାଲ୍ୟ ବିବାହ, କମ୍ ବୟସରେ ଏବଂ ଜବରଦସ୍ତ ବିବାହ ଭଳି ପ୍ରଥାକୁ ରୋକିବା ଦିଗରେ ଜାତିସଂଘ ଏକ ବଡ଼ ପଦକ୍ଷେପ ନେଇଛି।ନଭେମ୍ବର ୨୭କୁ‘ବାଲ୍ୟ ବିବାହ, କମ୍ ବୟସ ଏବଂ ବାଧ୍ୟତାମୂଳକ ବିବାହ ଉଚ୍ଛେଦ ପାଇଁ ଅନ୍ତର୍ଜାତୀୟ ଦିବସ’ଭାବେ ଘୋଷଣା କରାଯାଇଛି। ଭାରତ ପାଇଁ ମଧ୍ୟ ଏହି ତାରିଖର ଗୁରୁତ୍ୱ ରହିଛି। କାରଣ୨୭ ନଭେମ୍ବର ୨୦୨୪ରେ କେନ୍ଦ୍ର ସରକାର‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନଆରମ୍ଭ କରିଥିଲେ।

ଭୁବନ ଋଭୁଙ୍କ ପ୍ରସ୍ତାବରୁ ଅନ୍ତର୍ଜାତୀୟ ଦିବସ
ଏହି ଅନ୍ତର୍ଜାତୀୟ ଦିବସ ପାଇଁ ପଦକ୍ଷେପ ନେଇଥିଲେ Just Rights for Childrenର ପ୍ରତିଷ୍ଠାତା ଭୁବନ ଋଭୁ।ମାର୍ଚ୍ଚ ୨୦୨୬ରେ ଜାତିସଂଘରେ ନିଜ ଅଭିଭାଷଣ ସମୟରେ ସେ ବାଲ୍ୟ ବିବାହ ବିରୋଧରେ ଏକ ସମର୍ପିତ ଅନ୍ତର୍ଜାତୀୟ ଦିବସ ଘୋଷଣା ପାଇଁ ପ୍ରସ୍ତାବ ଆଣିବା କଥା କହିଥିଲେ। ଏହି ସମୟରେ ସିଏରା ଲିଓନର ଫର୍ଷ୍ଟ ଲେଡିଡା. ଫାତିମା ମାଦା ବାୟୋମଧ୍ୟ ଉପସ୍ଥିତ ଥିଲେ ଏବଂ ଏହି ପଦକ୍ଷେପକୁ ସମର୍ଥନ କରିଥିଲେ।

୬୭ ଦେଶର ସମର୍ଥନ
ପରେ ସିଏରା ଲିଓନ ଭାରତ ସମେତ୬୭ଟି ଦେଶର ସମର୍ଥନରେଜାତିସଂଘ ମହାସଭାରେ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲା। ଏହି ପ୍ରସ୍ତାବରେ ନଭେମ୍ବର ୨୭କୁ ବାଲ୍ୟ ବିବାହ ଉଚ୍ଛେଦ ପାଇଁ ସମର୍ପିତ ଅନ୍ତର୍ଜାତୀୟ ଦିବସ ଭାବେ ଘୋଷଣା କରିବାକୁ ଦାବି କରାଯାଇଥିଲା। ୪ ସେପ୍ଟେମ୍ବରରେ ଜାତିସଂଘ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି।ପ୍ରସ୍ତାବ ଉପସ୍ଥାପନ ସମୟରେ ସିଏରା ଲିଓନର ଫର୍ଷ୍ଟ ଲେଡି ଭୁବନ ଋଭୁଙ୍କ ସଂଗଠନ Just Rights for Childrenର ମଧ୍ୟ ବିଶେଷ ଉଲ୍ଲେଖ କରିଥିଲେ।

ଭାରତର ଅଭିଯାନକୁ ବିଶ୍ୱ ସ୍ତରରେ ସ୍ୱୀକୃତି
ଜାତିସଂଘରେ ପ୍ରସ୍ତାବ ପାରିତ ହେବା ସମୟରେ ଭୁବନ ଋଭୁ ମଧ୍ୟ ଜାତିସଂଘ ପ୍ରତିନିଧିମଣ୍ଡଳ ସହ ଉପସ୍ଥିତ ଥିଲେ। ସେ କହିଛନ୍ତି ଯେ, ଶିଶୁ ସୁରକ୍ଷା କ୍ଷେତ୍ରରେ ଭାରତ ବିଶ୍ୱ ପାଇଁ ଏକ ଉଦାହରଣ ହେଉଛି। ତାଙ୍କ ଅନୁସାରେ,୨୭ ନଭେମ୍ବର ୨୦୨୪ରେ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ ଅଧୀନରେ ୨୫ କୋଟିରୁ ଅଧିକ ଲୋକ ଏକାଠି ହୋଇ ବାଲ୍ୟ ବିବାହ ବିରୋଧରେ ଶପଥ ନେଇଥିଲେ।

୨୦୩୦ ସୁଦ୍ଧା ବାଲ୍ୟ ବିବାହ ଶେଷ କରିବାକୁ ଆହ୍ୱାନ
ଏବେ ୨୦୩୦ ସୁଦ୍ଧା ବାଲ୍ୟ ବିବାହକୁ ଶେଷ କରିବା ପାଇଁ ବିଶ୍ୱର ସମସ୍ତ ସରକାର ନିର୍ଣ୍ଣାୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଭୁବନ ଋଭୁ ଆହ୍ୱାନ କରିଛନ୍ତି। ପ୍ରତ୍ୟେକ ଶିଶୁରଶିକ୍ଷା, ସୁରକ୍ଷା ଓ ସାମଗ୍ରିକ ବିକାଶସୁନିଶ୍ଚିତ କରିବା ସହିତ ସେମାନଙ୍କୁ ନିଜ କ୍ଷମତା ଅନୁଯାୟୀ ଆଗକୁ ବଢ଼ିବାର ସୁଯୋଗ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହି ପଦକ୍ଷେପ ପାଇଁ ସେ ସିଏରା ଲିଓନର ଫର୍ଷ୍ଟ ଲେଡି, ପ୍ରସ୍ତାବକୁ ସମର୍ଥନ କରିଥିବା ୬୭ଟି ଦେଶ ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking