39.6 C
Bhubaneswar
Thursday, June 18, 2026
Homeଓଡିଶାନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀଙ୍କ ମାରାଥନ ସଭା

ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀଙ୍କ ମାରାଥନ ସଭା

ଭୁବନେଶ୍ୱର: ଆସନ୍ତା ନୂଆପଡା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ସଂଗଠନକୁ ମଜବୁତ କରିବା ଉଦେ୍ଦଶ୍ୟରେ ସୋମବାର ନୂଆପଡ଼ା ବ୍ଲକର ଚୂଲାଭାତ, ମୋଟା ନୂଆପଡା ପଞ୍ଚାୟତ, ଧ୍ୱଜାଭଟା ଗ୍ରାମ ଓ ଖୁତବେନ ଭେରୀ ପଞ୍ଚାୟତରେ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ଶତାଧିକ କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ହୋଇ ବିଜେଡ଼ି ପ୍ରତି ନିଜର ସମର୍ଥନ ଓ ଆସ୍ଥା ପ୍ରକଟ କରିଥିଲେ । ସଭାକୁ ସମ୍ୱୋଧନ କରି ପୂର୍ବତନ ମନ୍ତ୍ରୀ ଓ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ପୁର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୁର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତି, ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସୀତା ସାହୁ ପ୍ରମୁଖ ବିଜେଡ଼ି ପାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ । ନୂଆପଡ଼ାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା, ଲୋକଙ୍କ ପାଇଁ କରିଥିବା ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଓ ବର୍ତ୍ତମାନ ସରକାରଙ୍କ ଅବହେଳା ତଥା ପ୍ରତାରଣାକୁ ନେଇ କର୍ମୀ ମାନେ ସାଧାରଣ ଜନତାଙ୍କ ପାଖକୁ ପହଞ୍ଚିବା ପାଇଁ ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking