18.1 C
Bhubaneswar
Saturday, December 6, 2025
Homeଓଡିଶାହାତ ଗୋଡ ବାନ୍ଧି ୨୫ ଲକ୍ଷ ଟଙ୍କା ଲୁଟିନେଲେ ଯୁବକ

ହାତ ଗୋଡ ବାନ୍ଧି ୨୫ ଲକ୍ଷ ଟଙ୍କା ଲୁଟିନେଲେ ଯୁବକ

ବଣାଇ: କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଗୋଟିଏ ଜାଗାରେ ବସାଇଦେଲେ ଓ ବିଧବା ମହିଳା ଏବଂ ତାଙ୍କ ଝିଅକୁ ବାନ୍ଧି ଦେଲେ l ବନ୍ଧୁକ ଦେଖାଇ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଓ ନଗଦ ୨୫ ଲକ୍ଷ ଟଙ୍କା ଲୁଟିନେଲେ ପାଞ୍ଚ ମୁଖା ପିନ୍ଧା ଯୁବକ l ବଣାଇ ଥାନା ହାଟପଦା ନିକଟସ୍ଥ ରଶ୍ମି ଇଲେଟ୍ରିକ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଏମିତି ବଡ଼ ଧରଣର ଡକାୟତି ହୋଇଛି l ବଣାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି lମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ହାଟପଦା ନିକଟରେ ଜଣାଶୁଣା ରଶ୍ମି ଇଲେଟ୍ରିକ ଦୋକାନ ରହିଛି l ଗତକାଲି ରାତି ପ୍ରାୟ ୧୨ଟାରେ ୫ ଜଣ ମୁଖା ପିନ୍ଧା ବନ୍ଧୁକ ଓ ମାରଣାସ୍ତ୍ର ଧରି ଦୋକାନ ମାଲିକଙ୍କ ଘରେ ପଶିଥିଲେ lପ୍ରାୟ ତିନି ଘଣ୍ଟା ଘର ଭିତରେ ଏମିତି ଘଟଣା ଭିଆଇଥିଲେ ବି କେହି ଜାଣି ପାରି ନ ଥିଲେ l ଏପରିକି ସେମାନେ ଝିଅକୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ୍ କରିବାର ଧମକ ବି ଦେଇଥିଲେ ଦୁର୍ବୃତ୍ତମାନେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking