ଭୁବନେଶ୍ୱର: ସମ୍ବାବ୍ୟ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କହିଛନ୍ତି, ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଲାଗି ରହିବ । ଦକ୍ଷିଣ ଓଡିଶାକୁ ରେଡ ଆଲର୍ଟ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୭ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହେବ । ୨୮ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ଓ ୨୯ ତାରିଖ ପାଇଁ ଦକ୍ଷିଣ ଓଡିଶାକୁ ରେଡ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ଓଡିଶାରେ ପବନର ବେଗ ୬୦ରୁ ୭୦ କିମି ହେବ । ଝଟକା ପବନର ବେଗ ଘଣ୍ଟାପ୍ରତି ୮୦ କିମି ଯାଏଁ ରହିବ । ଦକ୍ଷିଣ ଓଡିଶାରେ ସର୍ବାଧିକ ପବନ ବହିବା ନେଇ ରେଡ ଆଲର୍ଟ ଜାରି କରାଯାଇଛି । ୫ ଜିଲ୍ଲାରେ ପ୍ରବଳ ବେଗରେ ପବନ ବହିବା ନେଇ ରେଡ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ୩୦ ତାରିଖରେ ବି ହାଲୁକା ବର୍ଷା ହେବା ସମ୍ଭାବନା ରହିଛି ।










