ଭୁବନେଶ୍ୱର : : ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ଅଧା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କଟକ, ଢେଙ୍କାନାଳ ସମେତ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଅର୍ଥାତ୍ ୨ ତାରିଖ ପାଇଁ ୧୮ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି ।ସେପଟେ ମାସେ ପୂର୍ବରୁ ପୂରଣ ହୋଇଛି ମୌସୁମୀ କୋଟା । ସେପ୍ଟେମ୍ବର ମାସ ସୁଦ୍ଧା ଯେତିକି ବର୍ଷା ହେବାର ଥିଲା ଏହାର ମାସକ ପୂର୍ବରୁ ମୌସୁମୀ ବର୍ଷାର କୋଟା ପୂରଣ ହୋଇଛି । ଅର୍ଥାତ ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ୧୧୫୪.୩ ମିଲିମିଟର ମୌସୁମୀ ବର୍ଷା ରେକର୍ଡ ହୋଇଛି। ଯାହାକି ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ୧୧୫୦.୨ ମିଲିମିଟରକୁ ଅତିକ୍ରମ କରିଛି ।










